ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ବିଭିନ୍ନ ଯୋଜନା।

ପୋଲସରା,୨୯/୦୨(ପିପିଟି):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଆଜି ଲୋକାର୍ପଣ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଅଛି ବସୁଧା ଯୋଜନାରେ ୩.୨୨ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ପାନୀୟ ଜଳ ଯୋଗାଣ ପାଇପ୍ ଲାଇନ,ମୁକ୍ତା ଯୋଜନାରେ ୩ ଗୋଟି ମିନି ପାର୍କ ,୬ ଗୋଟି ବ୍ୟାୟାମ କେନ୍ଦ୍ର,୨ ଟି ରାସ୍ତା,୨ ଗୋଟି ପରିଶ୍ରାଗାର,୪ ଗୋଟି ଓ ଏସ଼ ଡି, ୩ ଗୋଟି ଶ୍ମଶାନ ଗୃହ ର ଉନ୍ନତୀକରଣ ଏବଂ ୧୨ ଗୋଟି ରାସ୍ତାରେ ଫେବର ବିଛାଇବା ରହିଛି। ଆଜି ମଧ୍ୟ ୭୫ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସଙ୍ଗୀତା ବେହେରା ,ଉପ ନଗରପାଳ ସନ୍ତୋଷ କୁମାର ବେହେରା,ନିର୍ବାହୀ ଅଧିକାରୀ ରୁଷି ମାଝୀଙ୍କ ସମେତ ସମସ୍ତ କାଉନସିଲର ଓ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment