ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବିଜେପି ତରଫରୁ ବ୍ଲକ ଘେରାଉ: ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ ।

ବାଲିଗୁଡା,୦୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେପି ଦଳ ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଉଚିତ ହିତାଧିକାରୀଙ୍କୁ ନ ମିଳିବାନେଇ ବିଜେପି କର୍ମୀ ନାରାବାଜି କରିଥିଲେ ।ଏହି ଦୁର୍ନୀତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରକାଶ କରିଛନ୍ତି । ଏହି ବ୍ଳକ ଘେରାଓ ରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ,ମଣ୍ଡଳ ସଭାପତି ଦିବାକର ସାହୁ,ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ରାମାନନ୍ଦ ଘଡେଇ,ସୁରେନ୍ଦ୍ର କୁମାର ପାତ୍ର,ସୁଷମା ସାହୁଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । କରୋନା କଟକଣାକୁ ମାନି ଘେରାଓ କରିବା ସହିତ ବାଲିଗୁଡା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment