ଶେରଗଡ,୨୬/୧୦(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆବାସ ଯୋଜନା ରେ ଘର ନା ଆସିଛି କିନ୍ତୁ ଘର ସାତ ସ୍ବପ୍ନ ଆମେ କହୁଛୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ପୁର ଗାଁ ର ସଂଯୁକ୍ତା ଭୂୟାଁଙ୍କ କଥା ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେବ । ବିଜୁ ପକ୍କା ଘର ଯୋଜନା ରେ ନା ଆସିଥିଲେ ମଧ୍ୟ ପ୍ରଶାସନର ଅପାରଗତା ଯୋଗୁଁ ଆବାସ ଯୋଜନା ରୁ ବଞ୍ଚିତ। ସେମାନଙ୍କ ପାଇଁ ଆବାସ ସତେ ଯେମିତି ସାତ ସପନ ପାଳିଟିଛି । ବାତ୍ୟା ଓ ବର୍ଷା ହେଲେ ସ୍କୁଲ ବାରଣ୍ଡା ହିଁ ସାହା । ରହୁଥିବା ଘରଟି ଆଜବେଷ୍ଟ ହୋଇଥିବା ବେଳେ ଘରେ ଚନ୍ଦ୍ର ଓ ସୂର୍ଯ୍ୟ ଆଲୋକ ପ୍ରତିଦିନ କେଳି କରୁଛନ୍ତି । ଘର ବାରଣ୍ଡା ରେ ରୋଷେଇ ସ୍ଥଳ ହୋଇଥିବା ବେଳେ ବର୍ଷା ହେଲେ ଉପାସ ରେ ରହିବାକୁ ପଡିଥାଏ।ଉଭୟ ସ୍ୱାମୀ ସୂର୍ଯ୍ୟ ଭୂୟାଁ ଓ ସ୍ତ୍ରୀ ଦିନ ମଜୁରିଆ ହୋଇଥିବା ବେଳେ ଟଙ୍କିଆ ଚାଉଳ ହିଁ ସେମାନଙ୍କ ସାହା । ସରପଞ୍ଚଙ୍କୁ ସେମାନେ ଗୁହାରି କରିଥିଲେ ମଧ୍ୟ୍ୟ କେହି ଶୁଣୁ ନଥିବା ପରିଲିଖିତ ହୋଉଛି । ୨୦ ବର୍ଷ ଶାସନ କାଳରେ ସରକାର ଲକ ଡାଉନ ସମୟରେ ରେକର୍ଡ ସଂଖ୍ୟକ ପକ୍କା ଘର କରିଥିବା ଡିଣ୍ଡିମ ପିଟୁ ଥିବା ବେଳେ ଯୋଗ୍ୟ ହିତାଧିକାରୀ ଘର ଟିଏ ପାଇ ପାରୁ ନାହାନ୍ତି ଏହା ଏବେ ବିଡମ୍ବନା ର ବିଷୟ ପାଳିଟିଛି। ଖୋଦ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ରେ ଏମିତି ହୁଏ ଅନ୍ୟ ଅଞ୍ଚଳ ରେ କେଉଁ ଭଳି ଯୋଜନା କାଯ୍ୟକାରୀ ହେଉଥିବ ତାହା ଜ୍ଵଳ ଜ୍ଵଳ ହୋଇ ଦେଖା ଯାଉଥିବ । ଏ ଦିଗରେ ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବି କରିଛନ୍ତି ଅସହାୟ ଦମ୍ପତି।
(ରିପୋର୍ଟ- ଭିକୁ ନାୟକ। )