ଆବାସ ଯୋଜନାରେ ଘର ନାମ ଆସିଛି କିନ୍ତୁ ଘର ସେମାନଙ୍କ ପାଇଁ ସାତ ସ୍ବପ୍ନ ।

ଶେରଗଡ,୨୮/୦୨(ପିପିଟି); ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଆବାସ ଯୋଜନା ରେ ଘର ନା ଆସିଛି କିନ୍ତୁ ଘର ସାତ ସ୍ବପ୍ନ ଆମେ କହୁଛୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ପୁର ଗାଁ ର ଲଷ୍ମୀ ସ୍ୱାଇଁଙ୍କ କଥା ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେବ । ବିଜୁ ପକ୍କାଘର ଓ ନିର୍ମାଣ ଶ୍ରମିକ ଯୋଜନା ରେ ନା ଆସିଥିଲେ ମଧ୍ୟ ପ୍ରଶାସନ ର ଅପାରଗତା ଯୋଗୁଁ ଆବାସ ଯୋଜନାରୁ ବଞ୍ଚିତ। ସେମାନଙ୍କ ପାଇଁ ଆବାସ ସତେ ଯେମିତି ସାତ ସ୍ବପ୍ନ ପାଲିଟିଛି । ବାତ୍ୟା ଓ ବର୍ଷା ହେଲେ ସ୍କୁଲ ବାରଣ୍ଡା ହିଁ ସାହା । ରହୁଥିବା ଘରଟି ଟିଣ ଛପର ହୋଇଥିବା ବେଳେ ଘରେ ଚନ୍ଦ୍ର ଓ ସୂର୍ଯ୍ୟ ଆଲୋକ ପ୍ରତିଦିନ କେଳି କରୁଛନ୍ତି ଘର ନୁହେଁ ସତେ ଯେମିତି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆବାସସ୍ଥଳୀ । ଉଭୟ ସ୍ୱାମୀ କରୁଣା ସ୍ୱାଇଁ ଓ ସ୍ତ୍ରୀ ଦିନ ମଜୁରିଆ ହୋଇଥିବା ବେଳେ ଟଙ୍କିକିଆ ଚାଉଳ ହିଁ ସେମାନଙ୍କ ସାହା । ସରପଞ୍ଚଙ୍କୁ ସେମାନେ ଗୁହାରି କରିଥିଲେ ମଧ୍ୟ୍ୟ କେହି ଶୁଣୁ ନଥିବା ପରିଲିଖିତ ହୋଉଛି । ୨୦ ବର୍ଷ ଶାସନ କାଳରେ ସରକାର ରେକର୍ଡ ସଂଖ୍ୟକ ପକ୍କା ଘର କରିଥିବା ଡିଣ୍ଡିମ ପିଟୁ ଥିବା ବେଳେ ଅଯୋଗ୍ୟ ବ୍ୟକ୍ତି ଘର ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇ ପାରୁ ନାହାଁନ୍ତି ଏହା ଏବେ ବିଡମ୍ବନା ଓ ଲଜ୍ୟାର ବିଷୟ ପାଳିଟିଛି। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଏ ଦିଗରେ ଦୃଷ୍ଟି ଦେବା ସହ ସହାୟତା ପାଇଁ ଉଭୟ ଦମ୍ପତି ଆକୁଳ ନିବେଦନ କରୁଛନ୍ତି ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment