ଆବାସ ଯୋଜନାରୁ ବଞ୍ଚିତ ଦୁଇ ଅସହାୟ ପରିବାର ।

ଶେରଗଡ, ୧୯/୧୨(ପିପିଟି);କଚ୍ଚା ଘର କୁ ପକ୍କା କରିବା ପାଇଁ ସରକାରଙ୍କ ମାଳ ମାଳ ଯୋଜନା ପ୍ରଶାସାନିକ ଅଧିକାରୀଙ୍କ ଅପାରଗତା ପାଇଁ ଉପଯୁକ୍ତ ଅତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଜାଗିଲି ପୋଲାଇ ଓ ଗୌତମ ପୋଲାଇ ଙ୍କ କଥା ଉଭୟ ଦୁଇ ଭାଇ ପର ର ମୂଲ ଲାଗି ଚଳୁ ଥିବା ବେଳେ ସରକାରୀ ଯୋଜନା ସତେ ଯେମିତି ସେମାନଙ୍କ ପାଇଁ ସାତ ସ୍ବପ୍ନ। ପୂର୍ବ ଦିନରେ ଘରେ ନିଆଁ ଲାଗି ଘର ପୋଡ଼ି ଗଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଓ ସରପଞ୍ଚଙ୍କୁ ବହୁ ବାର ଗୁହାରି କରିଥିଲେ ମଧ୍ୟ ସେମାନଙ୍କ ଦୁଃଖ ନଥିଲେ । ବନ୍ୟା ,ବାତ୍ୟା ହୋଉ ବା ବର୍ଷା ହୋଉ ସ୍କୁଲ ବାରଣ୍ଡା ହିଁ ସେମାନଙ୍କ ଆଶ୍ରୟ ସ୍ଥଳୀ। ସରକାରୀ ବାବୁ ମାନେ ନୀତି ସେଇ ବାଟ ଦେଇ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରୁଥିବା ବେଳେ ସତେ ଯେମିତି ସେମାନଙ୍କ ନଜର ଏମାନଙ୍କ ଉପରେ ପଡୁନି। ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ଯୋଜନା ଯୋଜନା ରେ ହିଁ ରହି ଯାଉଛି ଯୋଗ୍ୟ ହିତାଧିକାରୀ ବାଦ ପଡୁଛି ଖୋଦ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀରେ ଯଦି ଏହି ଅବସ୍ଥା ତେବେ ସାରା ରାଜ୍ୟର ଅବସ୍ଥା କଣ ହୋଇଥିବ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଏହା ଏକ ବିଡ଼ମ୍ବନାର ବିଷୟ ପାଳିଟିଛି।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment