ବୋଲଗଡ଼,୨୯/୦୫(ପିପିଟି): ବିଞ୍ଚଣା ହେଉଛି ହସ୍ତଚାଳିତ ପଙ୍ଖା ଅଟେ ଯାହାକି କେଉଁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି। ଯେତେବେଳେ ବିଦ୍ୟୁତର ବ୍ୟବହାର ହୋଇନଥିଲା ଅସହ୍ଯ ଗୁଳୁଗୁଳି ରୁ ରକ୍ଷା ପାଇବା ପାଇଁ ବିଞ୍ଚଣାର ବ୍ୟବହାର ବହୁତ ପରିମାଣରେ ରହିଥିଲା। ବିଞ୍ଚଣାକୁ ମଧ୍ୟ ଯେ କୌଣସି ସ୍ଥାନକୁ ନେଇ ବ୍ୟବହାର କରାଯିବା ସହିତ ଏହା ସୁବିଧା ଜନକ ମଧ୍ୟ ଅଟେ। କିନ୍ତୁ ଏହି ବିଞ୍ଚଣା ବାଉଁଶପାତି, ତାଳପତ୍ର, ମୋଟାକପଡା଼, ପ୍ଲାଷ୍ଟିକରେ ମଧ୍ୟ କରାଯାଇ ଥାଏ। କିନ୍ତୁ ତାର ମୁଖ୍ୟ ବାଡିଟି ବାଉଁଶ କାଠିରେ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ବିଦ୍ୟୁତର ବ୍ୟବହାର ହେବା ଦ୍ୱାରା ବିଞ୍ଚଣାର ବ୍ୟବହାର ବହୁତ କମିଯାଇଛି। ବର୍ତ୍ତମାନ ଖରାଦିନେ ହେଲେ ଅଘୋଷିତ ବିଦ୍ୟୁତ କାଟ ହେଉଅଛି । ଗ୍ରାମ ଅଞ୍ଚଳ ରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକ ମାନେ ଅସହ୍ୟ ଗରମରେ ଅସ୍ତ ବ୍ୟସ୍ତ ହୋଇ ପଡି ଥାନ୍ତି।ଗରମ ଦାଉରୁ ରକ୍ଷା ପାଇବା ପାଇଁ ହାତ ତିଆରି ବିଞ୍ଚଣାକୁ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ପ୍ରକାଶ କରିଥାନ୍ତି। ଆଗରୁ ବିଞ୍ଚଣା ଥିଲା ଏକ ମାତ୍ର ଭରସା।ଏହି ହାତ ବିଞ୍ଚଣା କାହିଁକେଉଁ କାଳରୁ ଚାଲିଆସୁଥିଲା। କିନ୍ତୁ ବର୍ତ୍ତମାନ ଫ୍ୟାନ, ଏସି, କୁଲର ଯୁଗରେ ହାତ ବିଞ୍ଚଣାର ଚାହିଦା ବହୁଳ ପରିମାଣରେ ହ୍ରାସ ପାଇଛି। କାରଣ ଆଧୁନିକ ଯୁଗରେ ବାଉଁଶ ଶ୍ଳିପ ଓ ହସ୍ତଶିଳ୍ପ ର ଚାହିଦା କମିବା ରେ ଲାଗିଛି। ଯାହା ଫଳରେ କାଁ ଭାଁ ଦେଖିବାକୁ ମିଳୁଛି ହସ୍ତରେ ତିଆରି ସାମଗ୍ରୀ। କିନ୍ତୁ ବର୍ତ୍ତମାନ ସମୟରେ ଏହି ହାତ ବିଞ୍ଚଣାର ଚାହିଦା କମିଯାଇଛି ସତ୍ୟ କିନ୍ତୁ ଆବଶ୍ୟକ ବେଳେ ଏହା କାମରେ ଆସୁଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)