ଆପ୍ ପକ୍ଷରୁ ବାର୍ଦ୍ଧକ୍ଯ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଦାବି।

ବୋଲଗଡ଼, ୨୩/୦୩(ପିପିଟି):ଆମ୍ ଆଦମୀ ପାର୍ଟୀ ବେଗୁନିଆ ବୋଲଗଡ଼ ତରଫରୁ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ସମାଜର ତଳ ଶ୍ରେଣୀ ରେ ରହୁଥିବା ଅସହାୟ ମାନଙ୍କର ଜଥା ଭିନ୍ନକ୍ଷମ ଭତ୍ତା, ବାର୍ଧୀକ୍ୟ ଭତ୍ତା ଓ ବିଧବା ଭତ୍ତା ବୃଦ୍ଧି କରିବା ପାଇଁ ଦାବୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଫାଶିଓଦା ପଞ୍ଚାୟତ ଶ୍ରୀ ରଘୁନାଥ ଦେବ ମଠ ପରିସରରେ ଲକ୍ଷ୍ମୀଧର ମହାପାତ୍ରଙ୍କ ଆବାହକତ୍ବରେ ଏକ ସଭା ଆୟୋଜିତ ହୋଇ ଯାଇଛି । ଯେଉଁଥିରେ ବିଧାନ ସଭା କ୍ଷେତ୍ର ସଭାପତି କଳ୍ପତରୁ ପଣ୍ଡା ବୋଲଗଡ଼ ବ୍ଲକ୍ ସଭାପତି କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଆମ୍ ଆଦମୀ ପାର୍ଟୀ ଶାସିତ ରାଜ୍ୟରେ ସାଧାରଣ ଜନତାଙ୍କୁ ମିଳୁଥିବା ମୌଳିକ ସୁବିଧା ସୁଯୋଗ ଗୁଡିକ ସମ୍ପର୍କରେ ଆଲୋଚନା କରୀ ଥିଲେ । ତୃଣମୂଳ ସ୍ତରରେ ଏହୀ ବାର୍ତ୍ତା ପହଞ୍ଚାଇବାକୁ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀ ମାନେ ଦାୟିତ୍ୱ ନେଇ ଥିଲେ । ଶେଷରେ ଅକୃର୍ ସେଠୀ ଧନ୍ୟବାଦ ଅର୍ପଣ କରୀ ସଭା ସାଙ୍ଗ ହୋଇ ଥିଲା । ଆଜିର ସଭାରେ ମୁବାରକ୍ ଅଲୀ ଖାନ୍, ଅଖିଳ ବିଶ୍ୱାଳ,ଭାସ୍କର ମହାପାତ୍ର,ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment