ଆପଣମାନଙ୍କ ବନ୍ଧୁତା ମୋ ସମ୍ପତ୍ତି -ଇଂ ପ୍ରୀତିରଞ୍ଜନ ଘଡାଇ ।

ଯାଜପୁର,୦୮/୧୧(ପିପିଟି): ଇସ୍ପାତ ଖଣି ଅଧିନସ୍ଥ ସିଏଲଏଲ କମ୍ପାନୀର ଶ୍ରମିକ ମାନଙ୍କ ବନ୍ଧୁମିଳନ ଉତ୍ସବ ଆୟୋଜିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ପ୍ରାରମ୍ଭରେ ଶ୍ରମିକ ମାନେ ଇଂ ଘଡାଇଙ୍କୁ ବନ୍ଧୁ ମିଳନ ସ୍ଥଳକୁ ପାଛୋଟି ନେଇଥିଲେ । ଉତ୍ସବରେ ନିଜ ବକ୍ତବ୍ୟରେ ପୂର୍ବତନ ମନ୍ତ୍ରୀ କହିଥିଲେ ଆପଣ ମାନଙ୍କ ବନ୍ଧୁତା ମୋ ସମ୍ପତ୍ତି । ଆମେ ସମସ୍ତେ ଗୋଟିଏ ପରିବାର । ଆମ ପରିବାରରେ ସମସ୍ତେ ସମାନ । ମୋ ଘରର ଦ୍ୱାର ପୂର୍ବରୁ ଯେମିତି ଆପଣଙ୍କ ପାଇଁ ଖୋଲା ଥିଲା ଆଜିବି ସେମିତି ଖୋଲା ରହିଛି । ଆପଣ ମାନେ ଜଣେ ଜଣେ ଶ୍ରମିକ ବୋଲି ନିଜକୁ ଭାବନ୍ତୁ ନାହିଁ । ଆପଣ ମାନେ ଜଣେ ଜଣେ ଶିଳ୍ପୀ । ଆପଣ ସୁନାର ସୁକିନ୍ଦାକୁ ଗଢିବାର ଗୁରୁଦାୟିତ୍ୱ ନେଇଛନ୍ତି । ଆଗାମି ଦିନରେ ଆପଣଙ୍କ ସହଯୋଗରେ ଶ୍ରମିକ ଭାଇମାନଙ୍କ ମନରେ ଉତ୍ସାହ ଭରିବା ସହ ସଂଘକୁ ଅଧିକ ଶକ୍ତିଶାଳୀ କରିବାକୁ ସଂକଳ୍ପ ବଦ୍ଧ ବୋଲି କହିଥିଲେ ଇଂ ଘଡାଇ ।

Comments (0)
Add Comment