ଆନ୍ଦୋଳନରେ ଏନଏଚଏମ୍ କର୍ମଚାରୀ; ରୋଗୀସେବା ବାଧାପ୍ରାପ୍ତ ।

ଆନ୍ଦୋଳନରେ ଏନଏଚଏମ୍ କର୍ମଚାରୀ; ରୋଗୀସେବା ବାଧାପ୍ରାପ୍ତ ।

ଭଞ୍ଜନଗର, ୨୧/୦୩(ପିପିଟି) : ଓଡ଼ିଶା ସ୍ୱାସ୍ଥ୍ୟମିଶନ ପରିଚାଳନା କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଗତ ମାର୍ଚ୍ଚ ୧୦ ତାରିଖରୁ ଆନ୍ଦୋଳନରେ ଜାତୀୟ ସ୍ବାସ୍ଥ୍ୟ ମିସନ କର୍ମଚାରୀମାନେ ବସିଛନ୍ତି। ୟା ଭିତରେ ୧୨ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବ୍ଲକ୍ ଠାରୁ ଆରମ୍ଭ କରି ଭଞ୍ଜନଗର ଉପଖଣ୍ଡରେ ରହିଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି।ଯାହା ଫଳରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଏନଏଚଏମ୍ କର୍ମଚାରୀମାନଙ୍କର ଆନ୍ଦୋଳନ ଯୋଗୁଁ ଅଚଳାବସ୍ଥା ଲାଗି ରହିଛି। ଏପରି ସମୟରେ ଆସନ୍ତା ମାସରୁ ଲାଗୁ ହେବାକୁ ଥିବା ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଆୟୁଷ୍ମାନ କାର୍ଡ଼ ବଣ୍ଟନ ଠାରୁ ଆରମ୍ଭ କରି ଯୋଜନାର ଅନ୍ୟାନ୍ୟ କାମ ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି। ଫଳରେ ସମସ୍ୟା ଉପୁଜିବା ନେଇ ଆଶଙ୍କା ବୃଦ୍ଧି ପାଉଛି।୨ଦଫା ଦାବି ମଧ୍ୟରେ ଜନସ୍ବାସ୍ଥ୍ୟ ପରିଚାଳନା ପଦବି ସୃଷ୍ଟି ଓ ଚାକିରି ସ୍ଥାୟୀ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ସଂଘ ଚେତାବନୀ ଦେଇଛି।
ଯାହା ଫଳରେ ଭଞ୍ଜନଗର ମେଡ଼ିକାଲର ୭ଜଣ ଏନଏଚଏମ୍ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।ଫଳରେ ମେଡ଼ିକାଲର ଅଫିସ କାର୍ଯ୍ୟ ସମେତ ବିଭିନ୍ନ ବିଭାଗ ଓ ପରିଚାଳନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment