ଆନ୍ତ ମହାବିଦ୍ୟାଳୟ ହ୍ୟାଣ୍ଡବଲ ପ୍ରତିଯୋଗୀତା ଉଦ‌ଯାପିତ ।

ଯାଜପୁର,୦୮/୧୧(ପିପିଟି): ଯାଜପୁର ଜିଲ୍ଲାର ବଡଜଣା ବ୍ଳକ ଅନ୍ତର୍ଗତ ଛତିଆର ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ୨ ଦିନିଆ ଆନ୍ତ ମହାବିଦ୍ୟାଳୟ ହ୍ୟାଣ୍ଡବଲ ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚରେ ପୁରୁଷ ବିଭାଗରେ ୧୯ : ୧୬ ଗୋଲରେ ଭୁବନେଶ୍ଵରର କିସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରାଜିତ କରି ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ଚମ୍ପିୟନ ହୋଇଥିଲା। ବାଳିକା ବିଭାଗରେ ୧୯ : ୧୪ ଗୋଲରେ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟକୁ ପରାଜିତ କରି ଭୁବନେଶ୍ବରର କିସ ବାଳିକା ବିଦ୍ୟାଳୟ ଚମ୍ପିୟନ ହୋଇଥିଲା। ପ୍ରଥମ ଦିନ ଏହି ପ୍ରତିଯୋଗୀତାକୁ ଛତିଆ କଲେଜ ଅଧ୍ୟକ୍ଷ ପ୍ରଫେସର ମନୋଜ ମିଶ୍ର ଉଦଘାଟନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତାକୁ ଛତିଆ କଲେଜର କ୍ରୀଡା ସଂସଦର ସଭାପତି ଅଧ୍ୟାପକ ପ୍ରଦୀପ ବରାଳ, ଉପସଭାପତି ଅଧ୍ୟାପକ ତୁଷାରକାନ୍ତି, ଅଧ୍ୟାପିକା ଡ଼ ଚନ୍ଦ୍ରକଳା ନାୟକ, କ୍ରୀଡା ଶିକ୍ଷକ ସର୍ବେଶ୍ବର ନାଥ ସୁପରିଚାଳନା କରିଥିଲେ । ଉଦ‌ଯାପନ ଉତ୍ସବରେ ବରିଷ୍ଠ ହ୍ୟାଣ୍ଡବଲ ଆସୋସିଏସନ ସଂପାଦକ ତଥା ଯୁବନେତା ରମେଶ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ଉଦଯାପନ ଉତ୍ସବରେ ରାଜ୍ୟରେ ହ୍ୟାଣ୍ଡବଲ ଖେଳର ବିକାଶ ପାଇଁ ରମେଶ ପୃଷ୍ଟିଙ୍କ ଅବଦାନକୁ ଖେଳାଳୀ ମାନେ ପ୍ରଶଂସା କରିଥିଲେ । ଏଥିରେ ହରିହର ବିଶ୍ଵାଳ,ଭବାନୀ ଶଙ୍କର ସେନାପତି,ଅମରେନ୍ଦ୍ର ସାମନ୍ତରାୟ,ମନୋଜ ସାହୁ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାରେ ବରୁଣେଶ୍ବର ମହାବିଦ୍ୟାଳୟ, ସାଲେପୁର ସୟଂ ସାଶିତ ବିଦ୍ୟାଳୟ, ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ,ମହାନଦୀ ବିହାର ମହିଳା କଲେଜ,ବରୁଣେଶ୍ଵର ମହାବିଦ୍ୟାଳୟ,କିସ, ୟୁଏନଏସ ମହାବିଦ୍ୟାଳୟ,ଚିତାଳ ମହାବିଦ୍ୟାଳୟ, କଳିଙ୍ଗ ଭାରତୀ ବିଦ୍ୟାଳୟ, କୁସୁମଦେବୀ ମହିଳା ମହାବିଦ୍ୟାଳୟ ପ୍ରଭୃତି ୧୫ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନେ ଯୋଗ ଦେଇଥିଲେ । ସନ୍ତୋଷ କୁମାର ବେହେରା, ମିନତୀ ସାଇଁ, ରିତେନ୍ଦ୍ର ସାହୁ ବିଚାରକ ଭାବେ ହ୍ୟାଣ୍ଡବଲର ଜାତୀୟ ଦଳରେ ସାମିଲ ହେବା ପାଇଁ ଉଭୟ ବାଳକ ଏବଂ ବାଳିକା ବିଭାଗରୁ ୩୦ ଜଣ ଖେଳାଳୀଙ୍କ ନାମ ସ୍ଥିର କରିଥିଲେ । ପଞ୍ଜାବର ଲୁଧିଆନା ଠାରେ ଅନୁଷ୍ଠିତ ହେବାକୁ ଥିବା କ୍ରୀଡା ମହାକୁମ୍ଭ ପ୍ରତିଯୋଗୀତାରେ ଏହି ୩୦ ଜଣ ଖେଳାଳୀ ହ୍ୟାଣ୍ଡବଲରେ ଓଡିଶା ତରଫରୁ ପ୍ରତିନିଧତ୍ବ କରିବେ।

Comments (0)
Add Comment