ଆନ୍ତର୍ଜାତୀୟ ଶିଶୁ କନ୍ୟାଦିବସ ଉପଲକ୍ଷେ ସଭା ଓ ରାଲି ବାହାର କଲେ କିଶୋରୀ କନ୍ୟା।

ରାୟଗଡା,ତା-୧୧/୧୦(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକର ବିଭିନ୍ନ ସ୍ଥାନରୁ ଶିଶୁ କନ୍ୟା ମାନେ ଯୋଗ ଦେଇଥିଲେ। ସେମାନଙ୍କୁ କିପରି କୌଣସି ନିର୍ଯ୍ୟାତନା ନ ହେବ ସେହି ବିଷୟରେ ଆଲୋଚନା କରାଗଲା। କିଶୋରୀ ବାଳିକା ମାନଙ୍କୁ କେବଳ ସମାଜରେ ନୁହେଁ ପରିବାରରେ ମଧ୍ୟ ଭିନ୍ନ ଦୃଷ୍ଟିରେ ଦେଖାଯାଏ,ସେମାନଙ୍କ ପ୍ରତି ବୈମାତୃକ ମନୋଭାବ କରାଯାଏ।ଏଣୁ ପ୍ରଥମେ ପରିବାର ମଧ୍ୟରୁ ଏହାକୁ ବିରୋଧ କରିବା ଆବଶ୍ୟକ।ବାଲ୍ୟ ବିବାହ ଏକ କୁପ୍ରଥା ହୋଈଥିଲେ ମଧ୍ୟ ପିତାମାତା ଝିଅକୁ କମ ବୟସରେ ବିବାହ ଦେଇ ଦାୟିତ୍ୱ ମୁକ୍ତ ହେବାକୁ ଚାହିଁଥାନ୍ତି।ତେଣୁ ୧୯ ବର୍ଷରୁ କମ ବୟସର ଝିଅ ବାହା ହେବାକୁ ମନା କରିବା ଉଚିତ।ରାମନାଗୁଡା ବ୍ଳକର ଚାକୁଣ୍ଡା ଗ୍ରାମର କିଶୋରୀ ବାଳିକା କାବେରୀ ମାଣ୍ଡାଙ୍ଗି, ପିତାମାତାଙ୍କ ବିବାହ ପ୍ରରୋଚନାକୁ ଏଡାଇ ଯାଇଥିଲେ, କାରଣ ତାଙ୍କର ବୟସ ୧୮ ବର୍ଷରୁ କମ ଥିଲା।ଲକଡାଉନ ସମୟରେ କାବେରୀ ନିଜେ ୧୯ ବର୍ଷରୁ କମ ବୟସରେ ଵିଵାହ ନ କରିବାକୁ ଜିଦ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିଥିଲେ।ଫଳରେ ତାଙ୍କୁ ତାଙ୍କର ଏହି କାମ ପାଇଁ ପୁରସ୍କୃତ କରାଯାଇଥିଲା।ସେହିପରି ଅଙ୍ଗନୱାଡି କର୍ମୀ ଧନେଶ୍ୱରୀ ଶବର ଓ ଲଙ୍କେଶ୍ୱରୀ
ପଟନାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଆଜିର ଏହି ରାଲିରେ କୋଭିଡ଼ ନିୟମ ଏବଂ ସାମାଜିକ ଦୂରତ୍ୱ ରକ୍ଷାକରି ୫୦ ଜଣ କିଶୋରୀ ବଳିକା ୧୯ ବର୍ଷ ପୂର୍ବରୁ ବାହାନହେବା,ପ୍ରତିବନ୍ଧକ ଅସିଲେ ୧୦୯୮ କୁ ଫୋନ କରିବା ସ୍ଲୋଗାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସିଡିପିଓ ଶାନ୍ତିଲତା ରଥ ଏବଂ ସୁପରଭାଇଜର ସୁବୁଦ୍ଧି ଶବର ପରିଚାଳନ କରିଥିଲେ।

(ରିପୋର୍ଟ – ନବୀନ ଚନ୍ଦ୍ର ନାୟକ ବେହେରା)

Comments (0)
Add Comment