ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ ।

ଛତ୍ରପୁର,୦୬/୦୩(ପିପିଟି):ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ଛତ୍ରପୁର ଇଣ୍ଡୋର୍ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର କେର୍କେଟା, ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, ଯୋଗ ପ୍ରଶିକ୍ଷକ ସୁନୀତା ପାତ୍ର ଓ ସଙ୍ଗୀତା ସେଠୀ ସହ ମହିଳା, ବାଳିକା, ସ୍ପୋର୍ଟସ ହଷ୍ଟେଲର ଏବଂ ଖେଲୋ ଇଣ୍ଡିଆ ସେଣ୍ଟର ବ୍ରହ୍ମପୁରର କୋଚମାନେ ଯୋଗଦାନ କରିଥିଲେ। ଆଜିର ପ୍ରଥମ ଦିବସ ‘ଶକ୍ତି ସ୍ୱରୂପିଣୀ’ (Her Body | Her Power) କାର୍ଯ୍ୟକ୍ରମ ଅବସରରେ ଶାରୀରିକ ଫିଟନେସ୍‌, ପୋଷଣ ଏବଂ ମାନସିକ ସୁସ୍ଥତା ସକାଶେ ସାମୁହିକ ଯୋଗ ଅଧିବେଶନ,ଜୁମ୍ବା,ଏରୋବିକ୍ସ, ପାରମ୍ପରିକ ନୃତ୍ୟ, ଦେଶୀୟ ଖେଳ ଇତ୍ୟାଦି ସମ୍ପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

Comments (0)
Add Comment