ଭଞ୍ଜନଗର,୨୯/୦୭(ପିପିଟି): ଭଞ୍ଜନଗର ଭେଜିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ସମ୍ମାନିତ ଅତିଥି ରୂପେ ସମାଜସେବୀ ଶୁଳାପାଣି ଶତପଥୀ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାଣ୍ଡଵ ସେଠୀ, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଗଞ୍ଜାମ ଜିଲ୍ଲା ଲୋକ କଳାକାର ମହାସଂଘ ସମ୍ପାଦକ ଜଗଦିଶ ପାଣିଗ୍ରାହୀ, ବନରଖି ସୁଶାନ୍ତ ମିଶ୍ର, ପ୍ରାକ୍ତନ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଶିକ୍ଷକ ସିମାଞ୍ଚଳ ସ୍ୱାଇଁ, ଶିକ୍ଷକ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ।ଆମ ଜାତୀୟ ପଶୁ ବାଘ ସହ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା,ବୃକ୍ଷ ରୋପଣ ଓ ଜଙ୍ଗଲ ବୃଦ୍ଧି ଉପରେ ଅତିଥିମାନେ ମତ ଦେଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )