ଆନ୍ତର୍ଜାତିକ ଟାଏକୋଣ୍ଡୋ କ୍ରୀଡାବିତ୍ ଙ୍କ ଜାକର୍ତ୍ତା ଗସ୍ତ ।

ଯାଜପୁର,୦୯/୧୦(ପିପିଟି): ଜିଲ୍ଲାର ଆନ୍ତର୍ଜାତୀୟ ଟାଏକୋଣ୍ଡୋ କ୍ରୀଡାବିତ୍ ଶୁଭଜିତ୍ ମଲ୍ଲିକ, ପିତା – ସଞ୍ଜୟ କୁମାର ମଲ୍ଲିକ, ମାତା – ସବିତାରାଣୀ ଦାସ, ଗ୍ରାମ/ପୋଅ – ଆମ୍ପୋଳବା, ଭାୟା – ସୁକିନ୍ଦା, ଜିଲ୍ଲା – ଯାଜପୁର। ଆସନ୍ତା ତା ୧୫.୧୦.୨୦୨୪ ରିଖ ଠାରୁ ତା ୧୯.୧୦.୨୦୨୪ ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଟାଙ୍ଗେରାଙ୍ଗ ଜାକର୍ତ୍ତା ଠାରେ ୬ଷ୍ଠ ଏସିଆନ ଓପନ ଟାଏକାଣ୍ଡୋ ଚାମ୍ପିଅନସିପ ୨୦୨୪, ୫୪ କି.ଗ୍ରା. ପୁରୁଷ ବର୍ଗରେ ଭାରତ ତରଫରୁ ପ୍ରତିନିଧିତ୍ଵ କରିବେ।ଏହି ପରିପ୍ରେକ୍ଷୀରେ ଶ୍ରୀମାନ ମଲ୍ଲିକଙ୍କୁ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା କ୍ରୀଡା ଅଧିକାରୀ, ଯାଜପୁର ଫକୀର ମୋହନ ଟୁଡୁ , ଶୁଭେଚ୍ଛା ଓ ସଫଳତା କାମନା କରିଛନ୍ତି।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Comments (0)
Add Comment