ଆନନ୍ଦ ସଂଗୀତାୟନର ୬୯ତମ ମାସିକ ଭଞ୍ଜ ସଂଗୀତ ଆସର ।

ଭଞ୍ଜନଗର,୧୩/୦୮(ପିପିଟି) : ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ୬୯ତମ ମାସିକ ଭଞ୍ଜ ସଂଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ଆୟୋଜନ ଏବଂ ଭଞ୍ଜନଗରସ୍ଥିତ ସାଂସ୍କୃତିକ ପରିଷଦ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ମହାନ୍ତି ସଭାପତିତ୍ୱ କରିଥିବାବେଳେ ବାଉଁଶଲୁଣ୍ଡିସ୍ଥିତ ରାଧାକୃଷ୍ଣ ପାଠାଗାରର ଉପସଭାପତି ନିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଳେ । ଅନୁଷ୍ଠାନର ସମ୍ପାଦକ ତଥା ଗୁରୁ ଅଶୋକ ମହାପାତ୍ର ଭଞ୍ଜ ସଂଗୀତ ପରିବେଷଣ କରିଥିଲେ । ଦବଲାରେ ସଂଗତ କରିଥିଲେ ଦିବାକର ଗୌଡ଼ । ଲଘୁଚାପ ଜନିତ ବର୍ଷା ସର୍ତେ ଏଥିରେ ଅଶୋକ ସାହୁ, ଅରୁଣାଂଚଳ ପତି, ନୀରଞ୍ଜନ ପ୍ରଧାନ, ସୁରେଶ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଜଗଦିଶ ପାଣିଗ୍ରାହୀ, ଭଞ୍ଜ କିଶୋର ସାହୁ, କୁମାର କାର୍ତିକେଶ୍ୱର ପ୍ରଧାନ, ଅଭିମନ୍ୟୁ ବିଷୋୟୀ, ଚିନ୍ମୟ କୁମାର ବେବର୍ତା, ଭାସ୍କର ପତି, ଗୁରୁମୂର୍ତି ପ୍ରଧାନ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment