ଆଧ୍ୟାତ୍ମିକବାଦୀ କନକଲତା ଦେବୀଙ୍କ ସ୍ଵର୍ଗାରୋହଣ।ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ ଗୋକୁଳାନନ୍ଦ।

ପୋଲସରା ,୨୩/୧୦(ପିପିଟି): ଚଳିତ କାର୍ତ୍ତିକ ମାସ ପବିତ୍ର ଗର୍ଭଣା ସଂକ୍ରାନ୍ତି ତିଥି ଦିବସର ମଧ୍ୟରାତ୍ର ସମୟରେ ପୋଲସରା ୧୯ନଂ ୱାର୍ଡ ମାଷ୍ଟର କଲୋନୀ ବାସିନ୍ଦା ଜଗନ୍ନାଥ ମହାପାତ୍ରଙ୍କ ଧର୍ମପତ୍ନୀ କନକଲତା ମହାପାତ୍ର ନିଜ ବାସଗୃହରେ ସ୍ଵର୍ଗାରୋହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ଜଣେ ମୃଦୁଭାଷୀ,ଆଧ୍ୟାତ୍ମିକବାଦୀ ଓ ଧାର୍ମିକପରାୟଣା ମହିଳା ଥିଲେ। ସ୍ଥାନୀୟ ଲୁଣିଘାଟି ସ୍ଥିତ ଶୈବପୀଠ ନିକଟସ୍ଥ ସ୍ଵର୍ଗଦ୍ଵାରରେ ପରିବାର ତରଫରୁ ଶେଷକୃତ୍ୟ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଅତିକ୍ଷୁଦ୍ର,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ସମର୍ଥକଙ୍କ ଗହଣରେ ସ୍ଵର୍ଗତଙ୍କ ଘରକୁ ଯିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟକରି ଦୁଃଖ ଏବଂ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ। ଏଥିସହ ସ୍ଵର୍ଗତ କନକଲତାଙ୍କ ଆତ୍ମାର ପ୍ରଭୁଙ୍କ ନିକଟରେ ଶାନ୍ତି କାମନା କରିଥିଲେ। ଏହି ସମୟରେ ପରିବାରର ମୁଖ୍ୟ ଜଗନ୍ନାଥ ମହାପାତ୍ରଙ୍କ ସମେତ ଭାଇ,ବନ୍ଧୁ ଓ କୁଟୁମ୍ବ ପରିବାର ବର୍ଗ ଉପସ୍ଥିତ ରହି କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment