ଆଦିବାସୀ ମାନ୍ଯତା ଦିବିରେ ମାଳି ସଂପ୍ରଦାୟ ।

ମାଲକାନଗିରି,୧୦/୧୧(ପିପିଟି): ଆବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ବହୁ ପୁରାତନ ମାଳି ଜାତିକୁ ମାନ୍ୟତା ପ୍ରଦାନ କରିବା ନିମନ୍ତେ ଆଜି ମାଲକାନଗିରି ସହରରେ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଳି ଜାତିଙ୍କୁ ଆଦିବାସୀ ମାନ୍ୟତା ସହିତ ଅନ୍ୟାନ୍ୟ ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଜି ଅବିଭକ୍ତ କୋରାପୁଟ ଜିଲ୍ଲା ମାଳି ସମାଜ ବିକାଶ ପରିଷଦର ଉପସଭାପତି ଦଶରଥ ମାଳି, ସମ୍ପାଦକ ଦୈତାରୀ ଖିଲ ଓ ହିମାଦ୍ରୀ ଖରାଙ୍କ ନେତୃତ୍ବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲାର ଶତାଧିକ ମାଳି ସମ୍ପ୍ରଦାୟର ଲୋକେ ମାଲକାନଗିରି ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେଇଛନ୍ତି । ଆମେ କଣ ସରକାରଙ୍କ ସାବତ ପୁଅ, ଆମକୁ ସରକାର ତୁମେ ଜବାବ ଦିଅ । ମାଳି ଜାତିକୁ ତୁରନ୍ତ ଆଦିବାସୀର ମାନ୍ୟତା ଦିଆନଗଲେ ଜନ ଆନ୍ଦୋଳନ ହେବ ବୋଲି ସ୍ଲୋଗାନ ଦେଇ ହାତରେ ପ୍ଲାକାର୍ଡ ଧରି ଶତାଧିକ ମାଳି ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରା କରିଥିଲେ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment