ଆଦିବାସୀ ଗୀତ ଓ ଲୋକ ଗୀତ ପ୍ରତିଯୋଗିତା ।

ମାଲକାନଗିରି, ୧୦/୧୨(ପିପିଟି):ଜିଲ୍ଲା ସଂସ୍କୃତି ପରିଷଦ, ମାଲକାନଗିରି ତଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ମାଲକାନଗିରିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ମାଲକାନଗିରି ଠାରେ ଆଦିବାସୀ ଗୀତ ତଥା ଲୋକ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତ୍ରିନାଥ ମାଝୀ,ଉପଜିଲ୍ଲାପାଳ ତଥା ମାଲ୍ୟବନ୍ତ ସାଂସ୍କୃତିକ କମିଟି ର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ଖେମୁଣ୍ଡୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଇ ପ୍ରତିଯୋଗୀତାରେ ଜିଲ୍ଲାର ସମସ୍ତ ବ୍ଲକରୁ କଳାକାରମାନେ ଭାଗ ନେଇ ହଜି ଯାଉଥିବା ପାରମ୍ପରିକ ଲୋକ ଗୀତ ନିଜ ପାରମ୍ପାରିକ ବାଦ୍ୟ ଯନ୍ତ୍ର ମାଧ୍ୟମ ରେ ପରିବେଷଣ କରିଥିଲେ । ଉପସ୍ଥିତ ଥିବା ସମସ୍ତ ବିଚାରକ ମଣ୍ଡଳୀ ତଥା ଶ୍ରୋତାଙ୍କୁ ମୁଗ୍ଧ କରିଥିଲା। ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ କଳାକାର ତଥା ଆଦିବାସୀ ନାଟଗୁରୁଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ପ୍ରଥମ ସ୍ଥାନ, ଦ୍ଵିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଯଥା କ୍ରମେ ୫୦୦ ଟଙ୍କା,୩୦୦ ଟଙ୍କା,୨୦୦ ଟଙ୍କା ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଚାରକ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ସୁନାମଧନ୍ୟ ଗୀତିକାର ଶ୍ରୀତ୍ତମ ସାମନ୍ତରାୟ,ସୁରେଶ ରାଉତ ଓ ଘେନୁ ମୁଦୁଲି ,ଉପ ସଭାପତି,ଜିଲ୍ଲା କଳାକାର ସାଂସ୍କୃତିକ ସଂଘ , ମାଲକାନଗିରି ଯୋଗ ଦେଇଥିଲେ। ଏଇ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମକୁ ଶଶାଙ୍କ ମିଶ୍ର, ମନସ୍ଵି ସେଠୀ, ସସ୍ମିତା ସ୍ବାଇଁ, ଶ୍ୟାମ ସୁନ୍ଦର ନାୟକ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥଲେ। ଶେଷରେ ମାଲକାନଗିରି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ମାଲକାନଗିରି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତୀ ଝୋଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment