ଆଦର୍ଶ ଶିକ୍ଷୟତ୍ରୀ ସ୍ୱର୍ଗତ ସରୋଜିନୀ ଦାସଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳନ ।

ଯାଜପୁର,୨୮/୦୮(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଅଞ୍ଚଳର ଆଦର୍ଶ ଶିକ୍ଷୟତ୍ରୀ ସ୍ୱର୍ଗତ ସରୋଜିନୀ ଦାସଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ସରୋଜିନୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶାନ୍ତିବଜାର ସ୍ଥିତ ସରୋଜିନୀ ସ୍ମୃତି ସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡଃ ରାଜକିଶୋର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ପ୍ରଣମ୍ୟା ସରୋଜିନୀ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦ୍ବୀପ ପ୍ରଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ । ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଡ଼ଃ ପ୍ରଶାନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରା ମୁଖ୍ୟ ଵକ୍ତା ରୂପେ ଯୋଗଦେଇ ପୁଣ୍ୟାତ୍ମା ସରୋଜିନୀ ଦାସଙ୍କ ସ୍ମୃତି ଚାରଣ କରିବା ସହ ସ୍ଵର୍ଗତ ଦାସ ସ୍ଥାନୀୟ ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଉକ୍ତ ସଭାରେ ଓଡିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ତଥା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମହାନ୍ତି ଙ୍କ ଦ୍ଵାରା ରଚିତ କବିତା ସଙ୍କଳନ “ପ୍ରୀତିମଗ୍ନା” ଲୋକାର୍ପଣ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ ଇଂ ସିଦ୍ଧାର୍ଥ ସ୍ଵୟଂଦୀପ୍ତ ମହାନ୍ତି ମଞ୍ଚ ପରିଚାଳନା କରିଥିଲାବେଳେ ସମ୍ପାଦକ ଡ଼ଃ ଚିତ୍ତ ରଂଜନ ମହାନ୍ତି ସଂସଦର ବାର୍ଷିକ ବିବରଣୀ ପାଠ କରିଥିଲେ।ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ, । ବିନୋଦ ଚିନାରା,ବିବେକାନନ୍ଦ ରାୟ, ଲତିକା ପଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତା ଦାସଙ୍କ ସ୍ମୃତିଚାରଣ କରିଥିଲେ । ସଂସଦ ତରଫରୁ ଅର୍ପିତା ପଟ୍ଟନାୟକ, ଶୀତିକଣ୍ଠ, ଅଗସ୍ତ୍ୟ, ରମେଶ ଭଞ୍ଜ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ପ୍ରେମଲତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment