କୋଦଳା,୦୮/୦୩(ପିପିଟି):ଶନିବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଭାରପ୍ରାପ୍ତ ଅଧ୍ୟକ୍ଷ ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଦଳା ଥାନାର ଏଏସଆଇ ଅମୁଲ୍ୟ ରତ୍ନ ବୀର ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଆତ୍ମସୁରକ୍ଷାର ଆବଶ୍ୟକତା ସମ୍ପର୍କେ ଆଲୋକପାତ କରିଥିଲେ । ଅଧ୍ୟାପକ ବିନୋଦ କୁମାର ମିଶ୍ର, କାର୍ଯ୍ୟକ୍ରମର ସଂଯୋଜିକା ରଞ୍ଜୁବାଳା ନନ୍ଦ ବିପଦ ସମୟରେ ଭୟଭୀତ ନହୋଇ କିପରି ଶିକ୍ଷା କୌଶଳ କାର୍ଯ୍ୟକାରୀ କରାଇବେ ସେ ସମ୍ପର୍କେ ସଚେତନ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର, ଓଡ଼ିଆ ଅଧ୍ୟାପିକା ଡକ୍ଟର ଜ୍ୟୋସ୍ନା ରାଣୀ ସାହୁ, ଇତିହାସ ଅଧ୍ୟାପକ ସପନ କୁମାର ଦାଶ ଆଦି ଯୋଗଦେଇ ଛାତ୍ରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଶିକ୍ଷିକା ଭାବେ ଭାରତୀ ଗୌଡ଼ ଉପସ୍ଥିତ ଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଯୋଜିକା ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)