ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ।

କୋଦଳା,୧୬/୦୧(ପିପିଟି):କୋଦଳା ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ଧରି ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଧ୍ୟାଳୟର ଅଧ୍ୟକ୍ଷ ଡ.ଦତ୍ତରାମ ବିଷୋଇ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୋଦଳା ଥାନା ଏସ.ଆଇ. ରିଜାବାଳା ନାୟକ,ସୁଶ୍ରୀ ନାୟକ ଛାତ୍ରୀମାନଙ୍କୁ ଉପସ୍ଥିତ ରହି ନିଜର ଅସୁବିଧା ସମୟରେ ଆତ୍ମରକ୍ଷା, ଶାଳୀନତା,ଗୁରୁଭକ୍ତି ଆଦି ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ଇ ତତ ସହିତ ଦୁଇଜଣ ପ୍ରଶିକ୍ଷିକା କଲ୍ୟାଣୀ କୁମାରୀ ପଣ୍ଡା ଓ ଭାରତୀ ଗୌଡ଼ ଏହି ସଭାରେ ଉପସ୍ଥିତ ରହି ଛାତ୍ରୀ ମାନଙ୍କ ଉତ୍ସାହ ବଢାଇବା ସହିତ ଆବଶ୍ୟକ ସ୍ଥଳେ ନିଜକୁ ବଞ୍ଚାଇବା ପାଇଁ ଆତ୍ମରକ୍ଷାର କୌଶଳ ପ୍ରୟୋଗ କରିବା ପାଇଁ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ତଥା ଇତିହାସ ଅଧ୍ୟାପିକା ସନ୍ଧ୍ୟାରାଣୀ ତରାଇ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଦିର୍ଘ ୮ ଦିନ ଧରି ଏହି ତାଲିମ ଶିବିରରେ ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି ତାକୁ ନିଜ ଜୀବନରେ ଅବ୍ୟାହତ ରଖିବେ,ଯାହା ଦ୍ୱାରା ଆବଶ୍ୟକ ସ୍ଥଳେ ନିଜେ ନିଜକୁ ସୁରକ୍ଷା ଦେଇପାରିବେ । ଶେଷରେ ଏହି ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଇ.ଟି.ଡେମୋନଷ୍ଟ୍ରେଟର ସୁଦଷ୍ଣ| ପ୍ରଧାନ,ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହାଯ୍ୟ କରିଆସୁଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ହୃଷିକେଶ ପ୍ରହରାଜ,କାଳିନ୍ଦୀ ଚରଣ ଦାଶ, ସରୋଜ ଆଚାର୍ଯ୍ୟ,ଅଧ୍ୟାପକ ପଞ୍ଚାନନ ଦାସ,ରୋହିତ କୁମାର ବାରିକ, ଆଶୁତୋଷ ସାହୁ,ଅଧ୍ୟାପିକା ପ୍ରିୟଙ୍କା ସାହୁ ଏବଂ ସମସ୍ତ ଅଣ ଶିକ୍ଷକ ଉପସ୍ଥିତରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment