ଭଞ୍ଜନଗର, ୧୨/୦୩(ପିପିଟି) : ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ୱ ଗ୍ରହଣ କରିଥିଲେ।ଆତ୍ମରକ୍ଷା ସଂଯୋଜିକା ସନ୍ଧ୍ୟାରାଣୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ମୁଖ୍ୟ ଅତିଥି ରୂପେ ଭାରତୀୟ ପୋଲିସ ସେବା ଅଧିକାରୀ ମନୀଷା ସଗୁନ ଏବଂ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୁମନ ଘୋଷ, ଭଞ୍ଜନଗର ସବ ଇନିସ୍ପେକ୍ଟର ସସ୍ମିତା ମଗର ଯୋଗ ଦେଇଥିଲେ। ଅତିଥି ମାନେ ଆତ୍ମ ରକ୍ଷାର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଏବଂ ନାରୀ ସଶକ୍ତିକରଣ ସମ୍ପର୍କରେ ମତ ପୋଷଣ କରିଥିଲେ। ପରି ଶେଷରେ ଅଧ୍ୟାପିକା ଉର୍ମିଳା ପାଟ୍ଟଯୋଶୀ ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରେମଚାନ୍ଦ ମଲିକ, ରଶ୍ମିତା ବେହେରା, ଜୟ ଲକ୍ଷ୍ମୀ ରଥ, ପୁଷ୍ପାଞ୍ଜଳି ପଟ୍ଟନାୟକ, ସ୍ବର୍ଣ୍ଣ ମହାରଣା, ଶୁଭଶ୍ରୀ ସାହୁ, ହେମଲତା ଭୋଇ, ସନ୍ତୋଷ ମହାନ୍ତି, କମଳିନୀ ବେହେରା, ଅମୁଲ୍ୟ ଶତପଥୀ, ପ୍ରଭାତୀ ମିଶ୍ର, ସସ୍ମିତା ମିଶ୍ର, ଶ୍ରୀୟା ପ୍ରଧାନ, ସୁରଜ ସାମଲ ଆଦି ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ୪ଶହରୁ ଉର୍ଦ୍ଧ୍ବ ଛାତ୍ରୀ ସାମିଲ ହୋଇଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)