ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା।

ବୋଲଗଡ,୨୭/୦୪(ପିପିଟି): ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ରେ ଜାମ୍ମୁ କାଶ୍ମୀର ର ପହଲଗାମ ରେ ଆତଙ୍କବାଦୀ ଙ୍କ ଆକ୍ରମଣ ରେ ପ୍ରାଣ ହରାଇ ଥିବା ନିରୀହ ଭାରତୀୟ ଙ୍କ ଉଦ୍ଦେଶ୍ୟ ରେ ଏକ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ ଶ୍ରୀକାନ୍ତ କୁମାର ନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଆତଙ୍କବାଦୀ ଙ୍କ କାପୁରୁଷ ଆକ୍ରମଣ କୁ ତୀବ୍ର ନିନ୍ଦା କରାଯିବା ସହ ସମସ୍ତ ମୃତକ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ପରେ ପରେ ୧୦୮ ମହମବତୀ ଶୋଭାଯାତ୍ରା କବିପୀଠ ରୁ ବାହାରି ସମ୍ପୁର୍ଣ ଗ୍ରାମ ପରିକ୍ରମା କରିଥିଲେ । ଏହା ପରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ବିଜୟ କୁମାର ସାହୁ ,ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ , ସମିତିସଭ୍ୟ ଦିଲ୍ଲୀପ ମହାପାତ୍ର , ଗ୍ରାମ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର,ସମ୍ପାଦକ ଅର୍ଜୁନ ପଟ୍ଟନାୟକ , ଶିକ୍ଷାବିତ ତ୍ରିଲୋଚନ ମହାନ୍ତି ,ସମାଜସେବୀ ଅଜୟ କୁମାର ମଙ୍ଗରାଜ,ମାନସ ରଞ୍ଜନ ସାମନ୍ତରାୟ ,ଗଗନ କୁମାର ସ୍ବାଇଁ ,ମଧୁ ସାମନ୍ତରାୟ ,ବିଶ୍ବରଂଜନ ଦାସ ,ଦେବୀ ପ୍ରସାଦ ସିଂହ,ବିକ୍ରମ କେଶରୀ ସାମନ୍ତରାୟ ,ରବୀନ୍ଦ୍ର କୁମାର ସୁବୁଦ୍ଧି , ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସାନପଦର, ପିଚୁକୁଳି, ରାସୋଳ, ବାୟାପଲ୍ଲି,ଦେଉଳି, ଚଂପାଇଲୋ ଗ୍ରାମ ର ବହୁ ଯୁବକ ,ବୁଦ୍ଧିଜୀବୀ ତଥା ଦେଶପ୍ରେମୀ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ପରିଶେଷ ରେ ଶ୍ରୀକାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment