ଆଡ଼ପଡା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁଁ ଡାକ୍ତରଙ୍କୁ ଘେରିଲେ ଗ୍ରାମବାସୀ ।

ସାନଖେମୁଣ୍ଡି,୨୬/୦୫(ପିପିଟି) ଆଜି ସାନଖେମୁଣ୍ଡି ବ୍ଲକ୍ ଅଧୀନସ୍ଥ ଆଡ଼ପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସାରେ ଅବହେଳା ଏବଂ ରୋଗୀକୁ ର୍ଦୁବ୍ୟବହାର କରିଥିବା ଡାକ୍ତରଙ୍କୁ ଗ୍ରାମବାସୀ ମାନେ ଘେରିଲେ । ସୂଚନାନୁସାରେ ଆଡ଼ପଡ଼ା ମେଡିକାଲରେ କାର୍ଯ୍ୟରତ ଡଃ.ସତୀଶ କୁମାର ପାତ୍ର ଚିକିତ୍ସାରେ ଅବହେଳାକୁ ନେଇ ତାତିଲେ ଲୋକେ । ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗୀ ଗ୍ରାମର ଆଦିତ୍ୟ ଲେଙ୍କା ଗାଡ଼ିରୁ ପଡିଯାଇଥିବା ବେଳେ ମୁଣ୍ଡର ପଛ ପଟେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ନ କରି ନିଜ କକ୍ଷରେ ସୋଇରହିବା ଏବଂ ସ୍ଥାନୀୟ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଖରାପ ବ୍ୟବହାର ଦେଖାଇବା କାରଣରୁ ମେଡିକାଲ ଭିତରେ ଡାକ୍ତରଙ୍କୁ ଘେରିଥିଲେ ସାନଖେମୁଣ୍ଡି ଅଞ୍ଚଳ ଲୋକେ । ଆଡ଼ପଡ଼ା ମେଡିକାଲରେ ଏହା କୌଣସି ନୂଆଁ ଘଟଣା ନୁହେଁ ଏଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଡାକ୍ତର ଯଦି ରୋଗୀକୁ ଦୁର୍ବ୍ୟବହାର କରିବେ ତେବେ ଲୋକେ କାହାକୁ ଅଭିଯୋଗ କରିବେ ତାହା ଏବେ ବଡ଼ ପ୍ରଶ୍ନ । ସ୍ଥାନୀୟ ପ୍ରଶାସନର ଏଭଳି ମଧୁଚନ୍ଦ୍ରିକାରେ ବଳି ପଡ଼ୁଛନ୍ତି ନିରୀହ ଜନତା ହେଲେ ସେମାନଙ୍କ ଦୁଃଖ କିଏ ଶୁଣିବା ପାଇଁ କେହି ନାହାଁନ୍ତି । ହଜାର ହଜାର ଲୋକ ଏହି ମେଡିକାଲ ଉପରେ ନିର୍ଭର କରୁଥିଲେ ମଧ୍ୟ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ମଧୁଚନ୍ଦ୍ରିକାରେ ବଳି ପଡ଼ୁଛନ୍ତି ସାଧାରଣ ଲୋକେ । ଏହି ମେଡିକାଲରେ ଡାକ୍ତର ଥିଲେ ମଧ୍ୟ ମେଡିକାଲକୁ କେବେ ଆସୁନଥିବା ଅଭିଯୋଗ ମଧ୍ୟ ଆସୁଛି । ସ୍ଥାନୀୟ ଜନସାଧାରଣ ନିଜର ମୌଳିକ ସୁବିଧାରୁ ବଞ୍ଚିତ ରହୁଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁନଥିବା ପରିଲକ୍ଷିତ ହେଉଛି । ଏହି ମେଡିକାଲରେ କାମ କମ ଏବଂ ବହୁତ ରାଜନୀତି ହେଉଥିବା ଦେଖିବାକୁ ମିଳିଛି । ଆଜି ଅଞ୍ଚଳ ବାସୀ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗରେ ଉଲ୍ଲେଖ ଅଛି ଯେ ଡ଼ା.ସତିଶ କୁମାର ପାତ୍ରଙ୍କୁ ତୁରନ୍ତ ବଦଳି କରିବା ସହ ମେଡ଼ିକାଲର ଅବ୍ୟବସ୍ଥାକୁ ତୁରନ୍ତ ଠିକ୍ ଭାବେ ମେଡିକାଲ ପରିଚାଳନା କରାଯାଉ ବୋଲି ଦାବି ହୋଇଛି । ଖଲିଙ୍ଗୀ ସରପଞ୍ଚ ଅର୍ଣବ ନାହାକ , କୃଷ୍ଣଚନ୍ଦ୍ର ରାଉତ , ସୁଶାନ୍ତ ନାହାକ , ସମୀର ସାହୁ , ନିଲୁ ବେହେରା , ସୀମା ପ୍ରଧାନ , ମୁନା ନାହାକ , ସାଗର ଲେଙ୍କା , ଅଶୋକ ନାହାକ , ଶିବରାମ ଲେଙ୍କା , ଲିଟୁ ନାହାକ , ଭିକାରୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment