ଆଡପଡ଼ା ସରପଞ୍ଚଙ୍କୁ ବିଡ଼ିଓଙ୍କ ହେୟଜ୍ଞାନ ବିରୁଧରେ ସୋମବାର ବ୍ଲକ୍ ଆଗରେ ବିକ୍ଷୋଭ ପାଇଁ ପ୍ରସ୍ତୁତି ।

ସାନଖେମୁଣ୍ଡି,୧୦/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ତଥା ପଞ୍ଚାୟତର ଜନକଲ୍ୟାଣ ଉନ୍ନୟନମୂଳକ କାର୍ଯ୍ୟରେ ନିର୍ବାଚିତ ମହିଳା ସରପଞ୍ଚଙ୍କୁ ହେୟଜ୍ଞାନ ବିରୋଧରେ ଜନ ଅସୋନ୍ତଷ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ସାନଖେମୁଣ୍ଡି ବ୍ଲକ୍ ବିଡିଓଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ବ୍ଲକ୍ ବିଜେଡ଼ି ସଭାପତି ନୀଳମାଧବ ରାଉତଙ୍କ ଆଡପଡ଼ା ପଞ୍ଚାୟତରୁ ଆରମ୍ଭ ହୋଉଛି। ବହୁ ଦିନ ଧରି ଏହି ପଞ୍ଚାୟତରେ ବ୍ଲକ୍ ବିଡ଼ିଓଙ୍କ ବିରୋଧରେ ଅଶୋନ୍ତଶ ଦେଖାଦେଇଥିବା ବେଳେ ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କ ପଞ୍ଚାୟତ ର ବିଭିନ୍ନ ଗ୍ରାମ ୱାର୍ଡ ପରିଦର୍ଶନ ଓ ଉନ୍ନୟନ ମୂଳକ ଯୋଜନା ନିଜେ ପ୍ରସ୍ତୁତ କରିବା ସହ ସରପଞ୍ଚଙ୍କୁ ଅନ୍ଧାର ରେ ରଖୁଥିବା ଅଭିଯୋଗ ହୋଇଛି । ସମ୍ବିଧାନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ଦ୍ୱାରା ନିର୍ବାଚିତ ମହିଳା ସରପଞ୍ଚଙ୍କୁ ବ୍ଲକ୍ ବିଡିଓ ଗୌଣ କରିବା ସହ ଗ୍ରାମ ପଞ୍ଚାୟତ ଅଧିନିୟମରେ ସରପଞ୍ଚଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମ୍ପୂର୍ଣ ଉଲ୍ଲଂଘନ ଅଭିଯୋଗ ସହ ଆସନ୍ତା ସୋମବାର ବ୍ଲକ୍ ଅଫିସ୍ ସମ୍ମୁଖରେ ୨ ହଜାର ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ସରପଞ୍ଚ ଶର୍ମିଷ୍ଠା ରାଉତ ଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ ସହ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment