ଆଜି ଶ୍ରାବଣ ର ତୃତୀୟ ସୋମବାର : ସୁବର୍ଣ୍ଣପୁର ର ସମସ୍ତ ଶିବାଳୟ ମାନଙ୍କରେ କାଉଡିଆଙ୍କ ଭିଡ଼ ।

ସୁବର୍ଣ୍ଣପୁର ,୦୫/୦୮(ପିପିଟି) : ଅଷ୍ଟଶମ୍ଭୁ ଙ୍କ ପୀଠ ସୁବର୍ଣ୍ଣପୁର ଠାରେ ଶ୍ରାବଣ ର ତୃତୀୟ ସୋମବାର ରେ କାଉଡିଆଙ୍କ ଭିଡ ଆଜି ଦେଖିବାକୁ ମିଳିଥିଲା। ଏଥିପାଇଁ ଆଜି ସକାଳୁ ସହରର ବାବା ସୁବର୍ଣ୍ଣ ମେରୁ, ରାମେଶ୍ୱର, ପଞ୍ଚରଥ ମନ୍ଦିର, ଗୋକର୍ଣ୍ଣେଶ୍ଵର, ପଶ୍ଚିମ ସୋମନାଥ, ଲୋକନାଥ, ଖୁକୁଡେଶ୍ଵର ମହାଦେବ ପ୍ରଭୃତି ମନ୍ଦିର ମାନଙ୍କରେ ଶତାଧିକ କାଉଡିଆ ପବିତ୍ର ମହାନଦୀ ର ସଙ୍ଗମ ସ୍ଥଳୀରୁ ପାଣି ଉଠାଇ ସମସ୍ତ ଶିବ ମନ୍ଦିର ରେ ଜଳାଭିଷେକ କରିଥିଲେ। ଏଥିପାଇଁ ମନ୍ଦିର କମିଟି ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଅନେକ ଦାତବ୍ୟ ଅନୁଷ୍ଠାନ ମାନଙ୍କ ଦ୍ଵାରା ବିଭିନ୍ନ ମନ୍ଦିର ପରିସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସେହିପରି ଜିଲ୍ଲାର ହରଡ଼ଖୋଲ ପଂଚାୟତ ଅନ୍ତର୍ଗତ ବୈଦ୍ୟନାଥ ର କୋଶଳେଶ୍ୱର ବାବା, ଚରଦା ର କପିଳେଶ୍ୱର, ଚମ୍ପାମାଳ ର ଚମ୍ପେଶ୍ୱର, ବୀରମହାରାଜପୁର ଉପଖଣ୍ଡ ର ଗୋଧନେଶ୍ୱର ବାବା ପ୍ରଭୃତି ପ୍ରସିଦ୍ଧ ଶୈବପୀଠ ମାନଙ୍କରେ ଭକ୍ତ ଙ୍କ ପ୍ରବଳ ଜନଗହଳି ପରିଲକ୍ଷିତ ହେବାସହ ବୋଲବମ୍ ଓ ହରହର ମହାଦେବ ଧ୍ୱନୀ ରେ ସମସ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment