ଆଜି ମା ନେବେ ବିଦାୟ,ପୁଣି ଗୋଟିଏ ବର୍ଷର ଅପେକ୍ଷା ।

ବେଗୁନିଆପଡା,୦୪/୧୧(ପିପିଟି): ବୁଧବାର ମହା ପୁଣ୍ୟ ମାସ କାର୍ତ୍ତିକ,ପୁଣି ପୁର୍ଣିମା । ଏହି ପବିତ୍ର ଦିନରେ କୋଦଳା ଠାରେ ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ହେବ । କୁମାର ପୁର୍ଣିମା ଠାରୁ ଆଜି ପର୍ଯ୍ୟନ୍ତ ଏକ ମାସ ଧରି କୋଦଳା ପୁରୁଣା ବଜାର ଏବଂ ହନୁମନ୍ତ ନାରାୟଣୀ ଛକ ଠାରେ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହିତ ମା ଗଜଲକ୍ଷ୍ମୀଙ୍କ ପୂଜା ପାଳନ ହେଉଥିଲା । ପ୍ରତ୍ୟକ ସନ୍ଧ୍ୟାରେ ଉଭୟ ପୂଜା ମଣ୍ଡପ ଠାରେ ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହୁଥିଲା,କେଉଁଦିନ କେଉଁ ପ୍ରକାର ଭୋଗ ଲାଗିହୋଇ ଭକ୍ତଙ୍କୁ ବଣ୍ଟନ ବ୍ୟବସ୍ଥା କରାଯାଉଥିଲା । ଏକ ମାସ ଧରି ବିଦ୍ୱାନ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀ ରେ ଏହି ପୂଜା ପାଳନ ହେଉଥିବାରୁ ଅଞ୍ଚଳରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଦଳା ପୋଲିସ ଉପସ୍ଥିତ ରହୁଛନ୍ତି । ଆଜି ମା’ଙ୍କୁ ବିଦାୟ ଦେବାପାଇଁ ଦୁଇ କମିଟି ତତ୍ପର ହୋଇ ଉଠିଛନ୍ତି,ବିଭିନ୍ନ ପ୍ରକାର ତକ୍ତା,ମେଢ଼,ଡିଜେ, ଢୋଲ ବାଜା,ଏମିତି ଅନେକ ସାଜସଜ୍ଜା ମା’ଙ୍କ ମେଲାଣି ଶୋଭାଯାତ୍ରାରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment