ମାଲକାନଗିରି,୧୩/୧୨(ପିପିଟି):ଆଜି ମାଲ୍ଯବନ୍ତ ମହୋତ୍ସବ ମାଲକାନଗିରି ସଦରମହକୁମା ସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜିର ମୁକ୍ତ ରଙ୍ଗମଞ୍ଚକୁ ଆନୁଷ୍ଠାନିକ ଭାବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କର କମଳରେ ଉଦଘାଟନ ହେବ । ଆଜି ସକାଳେ ଜଗନ୍ନାଥ ମନ୍ଦିରରେ ରହିଥିବା ଜଳ କଳସୀକୁ ମହିଳାମାନେ ମୁଣ୍ଡରେ ଧାରଣ କରି ମାଲ୍ଯବନ୍ତ ମହୋତ୍ସବର ମୁକ୍ତ ରଙ୍ଗମଞ୍ଚକୁ ଏକ ବିରାଟ ଶୋଭା ଯାତ୍ରାରେ ନେଇ ସ୍ଥାପନ କରିଥିଲେ। ଏଥିରେ ବହୁ କଲେଜ ଛାତ୍ର ଛାତ୍ରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ବିଭିନ୍ନ ନୃତ୍ୟ ଦଳ ଅଂଶ ଗ୍ରହଣ କରିଥଲେ।ବାଣ ଐ ବାଦ୍ୟ ନାଦରେ ଗଗନ ପବନ ମୁଖରିତ ହୋଇଥିଲା । ଦଣ୍ଡକାରଣ୍ୟ ପଡ଼ିଆରେ ବିଭିନ୍ନ ଷ୍ଟିଲ ଗୁଡ଼ିକ ଖୋଲା ଯାଇଛି। ଯେ ଯାହାର ମନ ପସନ୍ଦର ଉପକରଣ କ୍ରୟ କରିପାରିବେ। ପ୍ରଥମ ଥର ଲାଗି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବା ଯୋଗୁଁ ସାଜସଜା ଅତି ଚମତ୍କାର ହୋଇଛି। ରଙ୍ଗୀନ ଆଲୋକ ମାତ୍ରାରେ ପଥପ୍ରାନ୍ତ ସୌନ୍ଦର୍ଯ୍ୟମୟ ଦେଖାଯାଉଛି। ପରିମଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। କାନ୍ଥ ଚିତ୍ରରେ ଆଦିବାସୀ ସଂପ୍ରଦାୟର ନୃତ୍ୟବାଦ୍ୟ କୁ ସୁନ୍ଦର ଭାବେ ଚିତ୍ରିତ କରା ଯାଇଅଛି। ମାଲବ୍ୟନ୍ତ ରଙ୍ଗ ମଞ୍ଚର ସମ୍ମୁଖରେ ଆଦିବାସୀ କୁଟୀର ର ନିର୍ମାଣ କରାଯାଇଛି, ଯାହାକି ଚଳିତ ବର୍ଷର ଭିନ୍ନ ଏକ ଆକର୍ଷଣ ।
ଏହି କୁଟୀର ସମ୍ମୁଖରେ ଦଣ୍ଡାୟମାନ ହୋଇ ବହୁ ଦର୍ଶକ
ମୋବାଇଲରେ ଫଟୋ ବା ସେଲଫି ଉଠାଉଥିବା ଦେଖା ଯାଉଛି। ଚଳିତ ବର୍ଷ ମାଲବ୍ୟନ୍ତ ମହୋତ୍ସବ ପାଇଁ ପଡିଆକୁ ପ୍ରଶସ୍ତ କରାଯାଇଛି। ୨୦୨୨ ମାଲ୍ଯବନ୍ତ ମହୋତ୍ସବରେ ହଜାର ହଜାର ଦର୍ଶକମାନଙ୍କ ଭିଡ ଯୋଗୁଁ ଦଳାଚକଟା ହୋଇ ଥିଲା।
ତେଣୁ ୨୦୨୩ ମାଲବନ୍ତ ମହୋତ୍ସବ ନୂତନ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପୁନଶ୍ଚ ଚଳିତ ମାଲ୍ଯବନ୍ତ ମହୋତ୍ସବ ଡିଏନଏକେ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି।
ଏଥିର ପଡିଆକୁ ସଂପ୍ରସାରଣ କରା ଯାଇଥିବାରୁ ଭିଡ ହେବା ର ସମ୍ଭାବନା ନିୟନ୍ତ୍ରିତ କରାଯାଇ ପାରିବ।
ଆଜି ର ସାଂସ୍କୃତିକ ସନ୍ଧ୍ୟାରେ ବଣ୍ଡା ନୃତ୍ୟ,କଲରାପାୟଟୁ ନୃତ୍ୟ,ଢେମସା ନୃତ୍ୟ, କୋୟା ନୃତ୍ୟ,ଗୋଟିପୁଅ ନୃତ୍ୟ,ବିହୁ ନୃତ୍ୟ ପରିବେଷଣ ହେବ। ସେହି ପରି ଆସନ୍ତା ୧୪ ତାରିଖରେ ମାଲଖାମ୍ ନୃତ୍ୟ,ଲାଭଣୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ,ଶ୍ରୀଲଙ୍କାର ଡ୍ଯାନସ ଏକାଡେମୀ ପରିବେଷଣ ହେବ।୧୫ ତାରିଖରେ ଘୁମୁର ନୃତ୍ୟ,ସିଗ୍ନେଚର ବ୍ଯାଣ୍ଡ ମଞ୍ଚିସୀନ ହେବ।୧୬ ତାରିଖ ରେ ଶ୍ରୀତମ ସାମନ୍ତରାୟ ଙ୍କ ଦେଶିଆ ନାଇଟ ୧୭ ତାରିଖରେ ସମ୍ବଲପୁରୀ ନାଇଟ୍ ପରିବେଷଣ ହେବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)