ଆଜି ମାଲ୍ଯବନ୍ତ ମହୋତ୍ସବ-୨୦୨୩ ଆରମ୍ଭ ।

ମାଲକାନଗିରି,୧୫/୧୨(ପିପିଟି) : ଆଜି ଠାରୁ ମାଲ୍ଯବନ୍ତ ମହୋତ୍ସବ ଆରମ୍ଭ। ପ୍ରଥମ ଥର ପାଇଁ ମାଲ୍ଯବନ୍ତ ମହୋତ୍ସବ ସ୍ଥାନ ପରିବର୍ତ୍ତନ ହୋଇଛି।୨୦୦୩ ମସିହାରେ ମାଲ୍ଯବନ୍ତ ମହୋତ୍ସବ ପୂର୍ବତନ ଜିଲ୍ଲାପାଳ ମୁନିଷ ମୁଦଗିଲ ଆରମ୍ଭ କରିଥିଲେ।ସେହି ସମୟରୁ ଦଣ୍ଡକାରଣ୍ୟର ଖେଳ ପଡ଼ିଆରେ ପ୍ରତି ବର୍ଷ ମାଲ୍ଯବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା। ଗତ ମାଲ୍ଯବନ୍ତ ମହୋତ୍ସବ ଦଣ୍ଡକାରଣ୍ୟ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।ମାତ୍ର ଦର୍ଶକଙ୍କ ପ୍ରବଳ ଭିଡ ହେତୁ ପଡ଼ିଆରେ ସ୍ଥାନର ଅଭାବ ହୋଇଥିଲା ଓ ପ୍ରବେଶ ପଥରେ ଦର୍ଶକଙ୍କ ଠେଲାପେଲାରେ କିଛି ଲୋକ ଆହାତ ହୋଇଥିଲେ । ବାଧ୍ୟ ହୋଇ ପଡିଆ ମଧ୍ୟକୁ ଦର୍ଶକମାନଙ୍କୁ ଛଡ଼ା ଯାଇ ନଥିଲା ।ବହୁ ଦର୍ଶକ ମାଲ୍ଯବନ୍ତ ମହୋତ୍ସବ ଦେଖିବାରୁ ବଞ୍ଚିତ ହୋଇଥିଲେ।ଏହାକୁ ଦୃଷ୍ଟିରେ ରଖି ନବନିର୍ମିତ ଷ୍ଟାଡିୟମ (ନୂଆଗୁଡ଼ ସ୍ଥିତ) ଠାରେ ପ୍ରଥମ ଥର ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଛି। ସ୍ଥାନ ହେଉଛି ପ୍ରସସ୍ଥ । ଷ୍ଟଲ ପ୍ରାୟ ୨୦୦ ରୁ ଊର୍ଦ୍ଧ୍ଵ ସ୍ଥାପନ କରାଯାଇଛି। ଯଦିଓ ଡିଏନକେ ପଡିଆ ଠାରୁ ଦୂରତ୍ବ ରହିଛି, ଜନ ସମାଗମ ପୂର୍ବାପେକ୍ଷା ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ମାଲ୍ୟବନ୍ତ ଉତ୍ସବ ମୁଖ୍ୟ ମଞ୍ଚ ପଛ ପାର୍ଶ୍ୱରେ ଭିଭିଆଇପି, ଭିଆଇପି ଏବଂ ପାସ୍ ଥିବା ଯାନ ଗୁଡ଼ିକର ପାର୍କିଂ ବ୍ୟବସ୍ଥା କରାଯାଇଛି।ଏମ ଭି -୨ ଫୁଟବଲ୍ ପଡ଼ିଆ, ଆଦିବାସୀ ସଂଗ୍ରହାଳୟ, ଡିଏନକେ ଫୁଟବଲ୍ ପଡ଼ିଆ ଓ ବ୍ଲକ ପଡ଼ିଆ ଠାରେ ପାର୍କିଂ ନିମନ୍ତେ ଅନୁରୂପ ଭାବେ ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ଯାନବାହାନ ଦୂରରେ କରାଯିବାର ବ୍ୟବସ୍ଥା ଥିବାରୁ ଷ୍ଟାଡିୟମକୁ ସପରିବାରରେ ଚାଲି ଚାଲି ଯିବା କଷ୍ଟକର ହୋଇ ପାରେ। ମାଲକାନଗିରି ରେ ଏଣେ ଶୀତର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଦର୍ଶକମାନଙ୍କ ପ୍ରତି ଏହାର କୁପ୍ରଭାବ ପଡ଼ିପାରେ।
ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା, ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସମ୍ମାନିତ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଉପଦେଷ୍ଟା ପ୍ରଦୀପ ମାଝୀ , ବିଧାୟକ, ପୂର୍ଣ୍ଣ ଚନ୍ଦ୍ର ବାକା, ବିଧାୟକ ଆଦିତ୍ୟ ମାଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାଧୀ ତାଙ୍ଗୁଲୁ, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଅଧ୍ୟକ୍ଷ ଆଡମଆ ରାବି ଯୋଗ ଦେବେ । ଆଜିର ମାଲ୍ଯବନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିବ ବାଲିମେଳାର ଓଡ଼ିଶୀ ନୃତ୍ୟ, ଗଞ୍ଜାମର ରଣପା ନୃତ୍ୟ, ମାଲକାନଗିରିର ବଣ୍ଡା ନୃତ୍ୟ, କେନ୍ଦ୍ରାପଡାର ଗଡମେକର, ମାଲକାନଗିରିର କୋୟା ନୃତ୍ୟ, ମଥୁରା (ୟୁପି)ର ମୟୂର ଏକାଡେମୀ, ରାଜସ୍ଥାନର ମମତାବାଈ ନୃତ୍ୟ, କଟକ ର ନଟରାଜ ନୃତ୍ୟ,ପୁରୀର ଗୋଟିପୁଅ ନୃତ୍ୟ, ଆସାମର ବିହୁ ନୃତ୍ୟ, ଗୁଜରାଟର ସିଦ୍ଧିଧମାଲ କୋରାପୁଟର ଢେମସା ନୃତ୍ୟ, ହରିୟଣାର ଲୋକ ନୃତ୍ୟ, ହିଞ୍ଜିଳିକାଟୁର ନିତ୍ଯମ ନୃତ୍ୟ । ଆଜି ସକାଳେ ଯଦୁଗୁଡାରୁ ଅଣା ଯାଇ ମାଲକାନଗିରିର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଖା ଯାଇଥିବା ଜଳ କଳସୀଗୁଡିକୁ ମହିଳାମାନେ ମୁଣ୍ଡରେ ଧାରଣ କରିବା ସହ ବିରାଟ ଶୋଭାଯାତ୍ରାରେ ବାହାରି ମାଲ୍ଯବନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚି ଥିଲେ। ଶୋଭାଯାତ୍ରାକୁ ବିଭିନ୍ନ ବାଦ୍ୟ ନାଦ, ମୁଖା ନୃତ୍ୟ, ଲୋକ ନୃତ୍ୟ,ଦର୍ଶକଙ୍କ ମନକୁ ବିମୁଗ୍ଧ କରିଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment