ଆଜି ବିଶ୍ୱ ରେଡ଼ିଓ ଦିବସ , ଅତ୍ୟାଧୁନିକ ଡିଜିଟାଲ ଯୁଗରେ ମଧ୍ୟ ଆକାଶବାଣୀ ର ବିଶ୍ୱସନୀୟତା ଅତୁଟ ।

ଉଲୁଣ୍ଡା ,୧୩/୦୨(ପିପିଟି):ଆକାଶବାଣୀର ସ୍ୱତନ୍ତ୍ର ପରିଚୟ ରହିଛି ।୧୮୯୦ ମସିହାରୁ ଆରମ୍ଭ ହୋଇଥିବା ଏହି ଜୟଯାତ୍ରା ଆଜି ଶିଖର ରେ ପହଞ୍ଚିଛି ।ଇଟାଲୀ ବୈଜ୍ଞାନିକ ମାର୍କୋନି ଙ୍କ ଅବଦାନ ପ୍ରତିଟି ଜନ ମାନସରେ ସ୍ମରଣୀୟ ହୋଇରହିଛି ଆଜି । ବହୁଜନ ହିତାୟ ବହୁଜନ ସୁଖାୟ ନାରା ଦେଉଥିବା ଆକାଶବାଣୀ ବିଶ୍ୱ କୁ ଏକତା ସୂତ୍ରରେ ବାନ୍ଧି ରଖିଛି । ୟୁନିସ୍କୋ ର ଛତିଶ ତମ ସମ୍ମିଳନୀ ର ନିଷ୍ପତ୍ତି ଅନୁସାରେ ପ୍ରତିବର୍ଷ ଆଜିର ଦିନ ତଥା ଫେବୃଆରୀ ୧୩ ତାରିଖକୁ ସାରା ବିଶ୍ୱ ରେ ରେଡ଼ିଓ ଦିବସ ଭାବରେ ୨୦୧୧ ମସିହାରୁ ପାଳନ ହୋଇଆସୁଛି । ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଆକାଶବାଣୀ ର ମହତ୍ୱ କୁ ବହୁଗୁଣିତ କରିଛି । ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଆଜି ବି ଓଡ଼ିଶାର ଗ୍ରାମାଞ୍ଚଳ ରେ ହଜାର ହଜାର ରେଡ଼ିଓ ଶ୍ରୋତା ଅଛନ୍ତି ।ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ର ନିପଟ ମଫସଲ ଗାଁ ବର୍ଡ଼lକଟା ର ବାସିନ୍ଦା ସୁଦାମ ଗାଇଗରିଆ ଏବଂ ଉଲୁଣ୍ଡା ବ୍ଲକ କାଦୋଦର ଗ୍ରାମ ପଂଚାୟତ ଅନ୍ତର୍ଗତ ଜୟପୁର ଗାଁ ର ଚୈତନ୍ୟ ଭୁକ୍ତା । ଆଜକୁ ଦୀର୍ଘ କୋଡିଏ ରୁ ଉର୍ଦ୍ଧ ବର୍ଷ ହେବ ଓଡିଶା ର ବିଭିନ୍ନ କେନ୍ଦ୍ର ର କାର୍ଯ୍ୟକ୍ରମ ଶୁଣିବା ସହ ଚିଠିପତ୍ର ମାଧ୍ୟମରେ ନିୟମିତ ମତାମତ ଦେଇ ପ୍ରତ୍ୟକ୍ଷ ଭାବରେ ଆକାଶବାଣୀ ସହ ଜଡିତ ହୋଇପାରିଛନ୍ତି । ଆଜି ବି ଉଭୟ ଶ୍ରୋତା ବଲାଙ୍ଗୀର, ସମ୍ବଲପୁର, କଟକ କେନ୍ଦ୍ର ର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବା ପ୍ରକାଶ କରିଛନ୍ତି । ଉଭୟେ ରାଜ୍ୟ ର ଅନେକ ଶ୍ରୋତା ସଂଘ ସହିତ ଜଡିତ ରହି ଅନେକ ଥର ସମ୍ମାନୀତ ହୋଇଛନ୍ତି ।ତାଙ୍କ କହିବା ଅନୁସାରେ ଆକାଶବାଣୀ ର ବିଭିନ୍ନ ବିଭାଗ ରେ ପ୍ରଚାରିତ ହଉଥିବା କାର୍ଯ୍ୟକ୍ରମ ରୁ ଅନେକ ଶିକ୍ଷଣୀୟ ସୂଚନା ମିଳିଥାଏ ।ଯେମିତିକି ଯୁବବାଣୀ, କିଷାନବାଣୀ, ଗୃହ ଲଷ୍ମୀ, ଭାଗବତ, ଲୋକଗୀତ, ଆଦି ଶୁଣନ୍ତି । ଆକାଶବାଣୀ ର ପ୍ରସାରିତ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ର ପୂର୍ବାନୁମାନ ଖବର ସଠିକ ଦେଇଥାଏ ବୋଲି କହିଛନ୍ତି ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment