ଆଜି ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ୯ ପ୍ରାର୍ଥୀଙ୍କ ପଡ଼ିଲା ନାମାଙ୍କନ ପତ୍ର ।

ଦିଗପହଣ୍ଡି,୦୬/୦୩(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଅବସ୍ଥାପିତ କୋର୍ଟରେ କାର୍ଯ୍ୟରତଥିବା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଆଜି ରାଜ୍ଯ ବାର୍‌ କାଉନସିଲ ନିର୍ଦ୍ଦେଶ ପ୍ରକାରେ କର୍ମକର୍ତ୍ତା ନିର୍ବାଚନ ଘେନି ଆଜି ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା ହେଉଥିବା ବେଳେ ଆଜି ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ୯ ଜଣ ସଦସ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ପରେଶ ଚନ୍ଦ୍ର ରଥ ଏବଂ ଅଶେଷ ନାଥ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ଗଜାନନ ତ୍ରିପାଠୀ ଏବଂ ରାମକୃଷ୍ଣ ପାଢ଼ୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସମ୍ପାଦକ ପଦ ପାଇଁ ବିଜୟ କୁମାର ପ୍ରଧାନ ଏବଂ ଗିରିଜାନନ୍ଦନ ମେକପ ଓ ମନୋରଞ୍ଜନ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସହ ସମ୍ପାଦକ ପଦ ପାଇଁ ରବିଚନ୍ଦ୍ର ଗୌଡ଼ ଏବଂ ପ୍ରହଲ୍ଲାଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ନିର୍ବାଚନି ଉଷ୍ମତା ଦେଖାଦେଇଛି । ସମସ୍ତ ପଦବି ପାଇଁ ଲଢ଼େଇର ମଇଦାନ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି । ତେବେ ବିତ୍ତ ରକ୍ଷକ ପଦବୀ ନିମନ୍ତେ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ୮ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିବା ଜଣାଯାଇଛି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment