ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ।

ଭୁବନେଶ୍ୱର,୧୯/୧୦(ପିପିଟି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାର ର ୮୧ ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ଆଦର୍ଶରେ ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ଆଜି ଭୁବନେଶ୍ୱର ନେତାଜୀ ଭବନ ପରିସରରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । ଆଜାଦ ହିନ୍ଦ ବାହିନୀର ରାଜ୍ୟ ସମ୍ପାଦିକା ସାଥୀ ସୁବତୀ ଆଜାଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳା ର ଉଦ୍ଘାଟନୀ ଉତ୍ସବରେ ଉଦଘାଟକ ଭାବରେ ବରିଷ୍ଠ ଆଇନ୍‌ଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ମୁଖ୍ୟ ଅତିଥି ଭାବରେ ସମଦୃଷ୍ଟି ପତ୍ରିକାର ସମ୍ପାଦକ ସୁଧୀର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ନେତାଜୀ ସୁଭାଷଙ୍କ ଜୀବନଆଦର୍ଶ ସଂକ୍ରାନ୍ତରେ ଆଲୋକପlତ କରିଥିଲେ । ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଆଜି ଦେଶର ସଂଖ୍ୟାଧିକ ମଣିଷ ସମସ୍ୟା ଜର୍ଜରିତ ଅବସ୍ଥାରେ କାଳତିପାତ କରୁଛନ୍ତି । ସାଧାରଣ ଜନତା ନିଜର ହକ ପାଇଁ ସଂଗ୍ରାମ ଜାରିରଖିଥିବା ବେଳେ ସରକାରୀ କଳ ସୁଚିନ୍ତିତ ଉପାୟରେ ସେମାନଙ୍କ ସ୍ୱରକୁ ଦବାଇ ଦେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଭାରତୀୟ ଜନଜୀବନରେ ପରିବର୍ତ୍ତନ ପାଇଁ ନେତାଜୀ ସୁଭାଷଙ୍କ ସଂଗ୍ରାମର ପଥ ବା ସୁଭାଷବାଦ ହିଁ ଏକମାତ୍ର ବିକଳ୍ପ ବୋଲି ମତବ୍ୟକ୍ତ କରିଥିଲେ । ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଞ୍ଜନ ମହାପାତ୍ର ଏହି ଅବସରରେ ବକ୍ତବ୍ୟ ରଖି ନେତାଜୀଙ୍କର ଅର୍ନ୍ତଧ୍ୟାନ ସଂକ୍ରାନ୍ତିୟ ସମସ୍ତ କମିଶନଗୁଡ଼ିକର ରିପୋର୍ଟଗୁଡ଼ିକୁ ଜନଦରବାରରେ ଅବା ପାଲ୍ୟାମେଂଟ୍‌ରେ ଉପସ୍ଥାପନ କରିବା ପାଇଁ ନିଜ ବକ୍ତବ୍ୟରେ ଦାବୀ କରିଥିଲେ । ପ୍ରାଥମିକ ସ୍ତରରୁ ପିଜି ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ନେତାଜୀଙ୍କ ଜୀବନାର୍ଦଶ ସଂକ୍ରାନ୍ତିୟ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ମଧ୍ୟ ଦାବୀ କରିଥିଲେ । ଅଗ୍ରଗାମୀ ମହିଳା ସମିତିର ରାଜ୍ୟ ସମ୍ପାଦିକା ଲକ୍ଷ୍ମୀ ଦୋରା,ଛାତ୍ରୀ ନେତ୍ରୀ ଦିଶା ଆଜାଦ, ଜନ୍ମଜୟ ବେହେରା, ଈଶ୍ୱର ଖିଲ, ସୂର୍ଯ୍ୟକାନ୍ତ ବରାଳ ପ୍ରମୁଖ ନେତାଜୀଙ୍କ କାର୍ଯ୍ୟଶୈଳି,ଆଦର୍ଶ ଓ ରାଜନୈତିକ ଚେତନା ପ୍ରତିଟି ମୁହୁର୍ତ୍ତରେ ସମସ୍ୟା ଜର୍ଜରିତ ସାଧାରଣ ମଣିଷକୁ ନୂଆ ଦୀଶା ଓ ପ୍ରେରଣା ପ୍ରଦାନ କରିଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦେଶର ଯୁବ ବର୍ଗ ନେତାଜୀଙ୍କ ପଥର ପଥିକ ହୋଇପାରିଲେ ଦେଶରେ ସାମଗ୍ରୀକ ପରିବର୍ତ୍ତନ ଅବସମ୍ଭାବି ବୋଲି ସେ ମତବ୍ୟକ୍ତ କରିଥିଲେ। ଆଜି ଉଦଘାଟିତ ହୋଇଥିବା ଏହି କର୍ମଶାଳା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଚାଲୁ ରହିବ ।

Comments (0)
Add Comment