ଆଇପିଏଲ ବେଟିଂ ରାକେଟ୍ ଘଟଣାରେ ଚାରି ଜଣ ଗିରଫ।

ମାଲକାନଗିରି,ତା:୧୬/୧୦(ପିପିଟି): କ୍ରୀକେଟ ଖେଳ ଧୀରେ ଧୀରେ କିଛି ଯୁବକଙ୍କୁ କରୁଛି ପଥ ଭ୍ରଷ୍ଟ । ଆଇପିଏଲ ବେଟିଂ ପାଇଁ ପଡୁଛି ହଜାର ହଜାର ଟଙ୍କାର ବାଜି । ଟେଲିଭିଜନ ପରଦାରେ କ୍ରୀକେଟ ଖେଳ ଚାଲିଥିବା ବେଳେ ଘରେ ବସି ମୋବାଇଲ ଆପରେ ଅନଲାଇନ ଖେଳୁଛନ୍ତି ସଟ୍ଟାବାଜୀ । ଏମିତି ସଟ୍ଟାବାଜୀ ସଂପର୍କରେ ସୂଚନା ପାଇ ମାଲକାନଗିରି ପୋଲିସ ସିଧାସଳଖ ସଟ୍ଟବାଜୀଙ୍କ ଘରେ ଚଢାଉ କରି ଉଠାଇ ଆଣିଛି ଚାରି ଜଣ ଅଭିଯୁକ୍ତଙ୍କୁ । ଏହି ଘଟଣା ସମଗ୍ର ଅଞ୍ଚଳେ ଚାଞ୍ଚଲ୍ଯ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ଗତ କାଲି ଆଇପିଏଲ କ୍ରୀକେଟ ଖେଳ ଚାଲିଥିବା ବେଳେ ମାଲକାନଗିରି ପୋଲିସ କ୍ରୀକେଟ ଖେଳ ପାଇଁ ସଟ୍ଟବାଜିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଆଇପିଏଲ ବେଟିଂ ଉପରେ ମୋଟା ଅଙ୍କର ଅର୍ଥ ବାଜି ଲଗାଇ ସାଧାରଣ ଲୋକମାନଙ୍କୁ ଠକୁଥିଲେ । ଗତ କାଲି ଆଇପିଏ ଫାଇନାଲ କ୍ରୀକେଟ ଖେଳ ଚାଲିଥିବା ବେଳେ ମାଲକାନଗିରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ମାଲକାନଗିରି ସଦର ମହକୁମାର ପି.ଶ୍ରୀନିବାସ ରାଓ(ଶ୍ରୀନୁ),ଜି.ଜଗନ ରାଓ (ଜଗନ),ବସନ୍ତ କୁମାର ବେହେରା (ରୁନା) ଓ ଭୋଳା ନାଥ ବିଶ୍ବାସ (ଭୋଳା) !ଏହା ବ୍ଯତୀତ ଛତିଶ ଗଡର ମଧ୍ଯ କିଛି ଆଇପିଏଲ ବେଟିଂ ଚଳାଉଥିବା ଦଲାଲ ଏହି ମାମଲାରେ ସଂପୃକ୍ତ ଥିବା ପୋଲିସ କହିଛି । ସେମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବ । ଗିରଫ ହୋଇଥିବା ୪ ଜଣ ଠାରୁ ମୋବାଇଲ ଜବତ କରାଯିବା ସହ ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କା ଜବତ କରାଯାଇଛି । ସେମାନଙ୍କ ବ୍ଯାଙ୍କ ଏକାଉଣ୍ଟକୁ ଫ୍ରିଜ୍ କରାଯାଇଛି, ଯେଉଁଥିରେ ୧୮ ଲକ୍ଷ ଟଙ୍କାର ଅର୍ଥ ରାଶି ରହିଛି ବୋଲି ମାଲକାନଗିରି ପୋଲିସ ପ୍ରକାଶ କରିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ମାଲକାନଗିରି ଥାନା କେଶ ନଂ:୪୭୪/ତା:୧୬.୧୦.୨୦୨୧ ୟୁ/ଏସ ୨୯୪ (ଏ)/୪୨୦/୧୨୦ ବି/୩୪ ଆଇପିଇସ,ଆରଡବ୍ଲ୍ଯ ସେକସନ୍ ଏବଂ ୫ ଧାରା ୧୯୭୮ଅନୁସାରେ ମାମଲା ରୁଜୁ କରାଯାଇ ଆଜି ମାଲକାନଗିରି କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment