ଆଇନ୍ ସେବା ପ୍ରାଧିକରଣ ଦ୍ବାରା ଲୋକ ଅଦାଲତ ।

ମାଲକାନଗିରି,୧୧/୦୫(ପିପିଟି) :ରାଜ୍ଯ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଇନ ସେବା ପ୍ରାଧିକରଣ ,ତାଲୁକା ଆଇନ ସେବା ପ୍ରାଧିକରଣ ମୋଟୁ,ଜେଏମଏଫସି ମାଥିଲି ଓ ଜେଏମଏଫସି କୁଡୁମୁଲଗୁମ୍ମା ,ଗ୍ରାମ ନ୍ୟାୟାଧିକାରୀ କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ଦ୍ବିତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରି ର ସମସ୍ତ ବିଚାରାଳୟ ତଥା ମାଥିଲି,ମୋଟୁ,କୁଡୁମୁଲଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ ପଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ଶାନ୍ତନୁ କୁମାର ଦାଶ, ବରିଷ୍ଠ ଦେବାନୀ ବିଚାରପତି ରାକେଶ କୁମାର ମୁଦୁଲି , ଉପଖଣ୍ଡ ଦଣ୍ଡାଧିକାରୀ ରୁଦ୍ର ପ୍ରକାଶ ନାୟକ ଏବଂ ଗ୍ରାମ ନ୍ୟାୟାଧିକାରୀ ଦେବେନ୍ଦ୍ର ନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ , ମାଥିଲି ପଦ୍ମନାଭ ମାଝୀ,ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ମୋଟୁ ପ୍ରବୀଣ କୁମାର ହୋତା,ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ , କୁଡୁମୁଲଗୁମ୍ମା,ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମକଦ୍ଦମାର ଫୈସଲା କରିଥିଲେ।
ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ମୋଟ ୫୮୯୩ ମକଦ୍ଦମାର ଫୈସଲା କରାଯାଇ ୬୧୬୭୫୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ଲୋକ ଅଦାଲତରେ ସମସ୍ତ ଜଜ୍ ଓ ଓକିଲ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment