ପୋଲସରା ,୧୫/୧୧(ପିପିଟି) : ପୋଲସରା ଅଞ୍ଚଳର ପ୍ରତିଷ୍ଠିତ ବରିଷ୍ଠ ଆଇନଜୀବୀ କୃଷ୍ଣ ଚରଣ ପୃଷ୍ଟିଙ୍କ ଦ୍ବାଦଶାଃ ପୁଣ୍ୟ ତିଥି ଦିବସ ପାଳିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ,କୃଷ୍ଣ ଚରଣ ପୃଷ୍ଟିଙ୍କ ଗତ ୩ ତାରିଖ ପରଲୋକ ଘଟିଥିଲା। ଆଜି ତାଙ୍କର ଦ୍ବାଦଶାଃ ପୁଣ୍ୟ ତିଥି ଦିବସ ଅବସରରେ ପରିବାର ତରଫରୁ ପୋଲସରା ବଜାର ସାହି ସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ଶୁଭଉଦଘାଟନ କରି ଭକ୍ତିପୁତ ଭାବେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଅମର ଆତ୍ମାର ସଦଗତି କାମନା ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ଓକିଲ ସଂଘ, ବିଶିଷ୍ଠ ବ୍ୟାପାରି ଗଦାବରୀ ପାତ୍ର, ବିଶିଷ୍ଟ ସେବା ନିବୃତ ଚିକିତ୍ସକ ଡ. ଲଳିତ ମୋହନ ରଥ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ଶିକ୍ଷକ ରାଧାଶ୍ୟାମ ପଣ୍ଡା, ଅଧ୍ୟାପକ ତଥା ମଞ୍ଚ ଉପସ୍ଥାପକ ଦେବାଶିଷ ସ୍ୱାଇଁ ଏଵଂ ଶିକ୍ଷାବିତ୍,ସମାଜସେବୀ, ବୁଦ୍ଧିଜୀବୀଙ୍କ ସମେତ ବହୁସଂଖ୍ୟାରେ ମନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯୋଗଦେଇ ଭକ୍ତିପୁତ ଭାବେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ସମୟରେ ସ୍ଵର୍ଗତଙ୍କ ପରିବାର ସମେତ ଭାଇ କେ.ପଦ୍ମ ଚରଣ ପୃଷ୍ଟି,କେ.ଶ୍ରୀଚରଣ କୃଷ୍ଟି,କେ.ଉମା ଚରଣ ପୃଷ୍ଟିଙ୍କ ସମେତ ପରିବାର ସମସ୍ତ ସମ୍ପର୍କିୟ,ଜ୍ଞାନୀକୁଟୁମ୍ବ ଏବଂ ଆତ୍ମୀୟସୂଜନ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା