ଆଇଡି଼ଆଲ କୋଚିଂ ସେଣ୍ଟର୍ ବାର୍ଷିକ ଶିଶୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ବୋଲଗଡ,୧୫/୧୧(ପିପିଟି) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମଲ୍ଟି ଆଇଡ଼ିଆଲ କୋଚିଂ ସେଣ୍ଟର ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ବାର୍ଷିକ ଶିଶୁ ସମ୍ବର୍ଦ୍ଧନା ଉତ୍ସବ ଆଦର୍ଶ ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ ଶିଶୁ ମହୋତ୍ସବରେ ଶିକ୍ଷାବିତ୍ ପର୍ଶୁରାମ ମୁଦୁଲିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଯାଜ୍ଞସେନୀ ସାହୁ ଓ ସମ୍ମାନିତ ଅତିଥିଭାବେ ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା, ଭଏସ ଅଫ ମେଡ଼ିଆ ସଂଘର ସଭାପତି ନିରଞ୍ଜନ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାନାମ୍ବର ମାଝୀ, ଅଧ୍ୟାପକ ଦିବାକର ରାଉତ, ଶିକ୍ଷାବିତ୍ ଆଲୋକ କୁମାର ସାମନ୍ତରାୟ, ଶିକ୍ଷକ ତ୍ରିନାଥ ଜେନା ପ୍ରମୁଖ ଯୋଗଦେଇଥିଲେ l ସମସ୍ତ ନିମନ୍ତ୍ରିତ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଫୁଲ, ଚନ୍ଦନ, ଧୂପ,ଦୀପ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷକ ମନ ମୋହନ କହଲସିଂହ ବେଦ ପାଠ କରିଥିଲେ ଓ ଶିକ୍ଷା ଅନୁଷ୍ଠାନର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ଶିକ୍ଷକ ସଂଗ୍ରାମ କେଶରୀ ମାଝୀ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷା କେନ୍ଦ୍ରରର ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ୍ ପର୍ଶୁରାମ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଶିକ୍ଷକ କାର୍ତ୍ତିକ ସ୍ୱାଇଁଙ୍କ ନୃତ୍ୟ ନିର୍ଦେଶନାରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶିକ୍ଷା ବିକାଶର ଚାବି କାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ପ୍ରତ୍ୟକ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ଶିକ୍ଷାଅନୁଷ୍ଠାନ ଓ ପିତା ମାତା ମାନଙ୍କର ସମ୍ମାନ ରକ୍ଷା କରିବାକୁ ନିମନ୍ତ୍ରିତ ଅତିଥିମାନେ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଶିଶୁ ହସିଲେ ଦେଶ ହସିବ ଓ ଶିଶୁର ବିକାଶ ରେ ସମାଜର ପ୍ରଗତି ହେବ ବୋଲି ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ସୂଚନା ଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସତ୍ୟବାଦୀ ବିଶ୍ୱାଳ, ପ୍ରଭାତ କୁମାର ବେହେରା, ସୁବାଷ ଚନ୍ଦ୍ର ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ଶିକ୍ଷୟିତ୍ରୀ ସୁଜାତା ବେହେରା, ରିମାରାଣୀ ବିଶ୍ୱାଳ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ଜନ୍ମେଜୟ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment