ଆଇଏଏସ ସ୍ତରରେ ଅଦଳବଦଳ, ଗଞ୍ଜାମ ଜିଲ୍ଲାପାଳ ହେଲେ ବିଏମସି କମିଶନର।

ଭୁବନେଶ୍ବର,୧୬/୦୬: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ଦେଓଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଯୁଗ୍ମ ସଚିବ ଜଳସଂପଦ ବିଭାଗ ।କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡି ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି। ପ୍ରେମଚନ୍ଦ୍ର ଚୌଧୁରୀ କୃଷି ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳ ବାଲେଶ୍ବର ଜିଲ୍ଲାପାଳ ଥିବା କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧ ଜିଲ୍ଲାପାଳ ହୋଇଛନ୍ତି। ସଂଗ୍ରାମ କେଶରୀ ମହାପାତ୍ର ଓଡିଶା ଆଦର୍ଶ ବିଦ୍ଯାଳୟର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି। ନିଖିଲ ପବନ କଲ୍ୟାଣ ସିଏମସି କମିଶନର ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭୁବନେଶ୍ବର ମହାନଗର ନିଗମର କମିଶନର ହୋଇଛନ୍ତି। ମଧୁସ୍ମିତା ସାହୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ, ପରାଗ ହର୍ଷଦ ସୁନ୍ଦରଗଡ ଜିଲ୍ଲାପାଳ, ସ୍ବାଧା ଦେବ ସିଂହ ରାୟଗଡା ଜିଲ୍ଲାପାଳ, ସରୋଜ ମିଶ୍ର ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ, ଅନନ୍ଯା ଦାସ ସମ୍ବଲପୁର ଜିଲ୍ଲାପାଳ, ଦିବ୍ଯଜ୍ଯୋତି ପରିଡା ଗଞ୍ଜାମ ଜିଲ୍ଲାପାଳ ହୋଇଥିବା ବେଳ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ଭଦ୍ରକ ଜିଲ୍ଲାପାଳ ହୋଇଛନ୍ତି। ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ, ଗଞ୍ଜାମର ପିଡି ଡିଆରଡିଏ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ବାଲେଶ୍ବର ଜିଲ୍ଲାପାଳ ହୋଇଛନ୍ତି। ପି ଅନ୍ବେଶା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ, ପାଟିଲ ଆଶିଷ ଇଶ୍ବର କନ୍ଧମାଳ ଜିଲ୍ଲାପାଳ, ହେମକାନ୍ତ ସାଏ ନୂଆପଡା ଜିଲ୍ଲାପାଳ, କିର୍ତ୍ତୀଭାସନ ଭି ଗଞ୍ଜାମ ପିଡି ଡିଆରଡିଏ, ସୂର୍ଯ୍ଯବଂଶୀ ମୟୁର ବିକାଶ ବିଏମସିର ଅତିରିକ୍ତ କମିଶନର ହୋଇଥିବା ବେଳେ ଜେ ସୋନାଲ ବ୍ରହ୍ମପୁର ମହାନଗର କମିଶନର ହୋଇଛନ୍ତି। ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଏ ଡିପାର୍ଟମେଣ୍ଟର ଅଣ୍ଡର ସେକ୍ରେଟାରୀ ହୋଇଛନ୍ତି।

Comments (0)
Add Comment