ଅସୁସ୍ଥତା ହେତୁ ଛାତ୍ରଙ୍କ ମୃତ୍ୟୁ।

ବୋଲଗଡ଼,୧୩/୧୦ (ପିପିଟି):ଖୋର୍ଦ୍ଧା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ, ବିଲଖଉରୁଣୀ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ର ରାଜେନ୍ଦ୍ର ନାୟକ ବୋଲଗଡ଼ ଶିକ୍ଷାକାର୍ଯ୍ୟାଳୟ ନିର୍ଦ୍ଦେଶମତେ ଚୂଡ଼ା ନୂଆସାହି ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସିଥିଲେ । କାର୍ଯ୍ୟକ୍ରମରେ ବିଳମ୍ବପାଇଁ ଛାତ୍ର ଜଣକ ଅସୁସ୍ଥ ଅନୁଭବ କରି ନିଜ ଘରକୁ ଆସି ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ସଂପୃକ୍ତ ଛାତ୍ରଙ୍କୁ ରାଜସୁନାଖଳା ଗୋଷ୍ଠୀଚିକିତ୍ସା କେନ୍ଦ୍ରକୁ ଆଣିଥିଲେ। ଛାତ୍ରଙ୍କ ସ୍ୱାସ୍ଥ୍ୟରେ କିଛି ସୁଧାର ହେବାରୁ ଛାତ୍ରଙ୍କୁ ପରିବାର ଲୋକ ଘରକୁ ନେଇଆସିଥିଲେ । କିନ୍ତୁ ପରେ ଛାତ୍ର ବିଚଳିତ ହେବା ଏବଂ ବେହୋସ ହୋଇଯିବାରେ ତାଙ୍କୁ ଖୋର୍ଦ୍ଧା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଂପୃକ୍ତ ଛାତ୍ରଙ୍କ ପିତା ଜଣେ ଦିନ ମଜୁରିଆ ଭାବେ କେରଳ ରାଜ୍ୟରେ କାମ କରୁଛନ୍ତି । ଛାତ୍ରଟିର ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଏହି ଦୁଃଖଦ ମୃତ୍ୟୁରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମର୍ମାହତ ହୋଇ ପଡିଛନ୍ତି।ଏହି ଦୁଃଖଦ ପୁର୍ଣ୍ଣଘଟଣା ସମ୍ପର୍କରେ ଖବର ପାଇ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ପରିବାକୁ ଆଶ୍ୱସନା ଦେବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment