ଅସୁରକ୍ଷିତ ପଞ୍ଚାୟତ ଜନ ପ୍ରତିନିଧି ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରଣବ ।

ଯାଜପୁର,୨୯/୦୮(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳାରେ ରାଜନୈତିକ ବିବାଦ ଉଗ୍ର ହେବାରେ ଲାଗିଛି । ଆରୋପ ପ୍ରତ୍ୟାରୋପ ସହ ନେତା,କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ସ୍ଥିତି ଏପରି ହୋଇଛି ଯେ ପଞ୍ଚାୟତ ସମିତି ପରିସରରେ ଖୋଦ ପଞ୍ଚାୟତ ଜନ ପ୍ରତିନିଧି ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏନେଇ ବିଡ଼ିଓଙ୍କୁ ଦାୟୀ କରି ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଜନ ପ୍ରତିନିଧି। ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ । ପଂଚାୟତ ସମିତି ପରିସରରେ ଖୋଦ ପଞ୍ଚାୟତ ଜନ ପ୍ରତିନିଧି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆଜି ଜାରକା ନୂଆଗାଁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ। ପଞ୍ଚାୟତରାଜ ବ୍ୟବସ୍ଥାରେ ଜନ ପ୍ରତିନିଧି ମାନେ ବ୍ଲକ କାର୍ଯ୍ୟାଳୟରେ ଅସୁରକ୍ଷିତ ସହ ବିଡ଼ିଓଙ୍କ ଏତାଦୃଶ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗତକାଲି ସରକାରଙ୍କର କୌଣସି ଭିସି କାର୍ଯ୍ୟକ୍ରମ ନଥିବା ବେଳେ ଜନ ପ୍ରତିନିଧିମାନଙ୍କୁ ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରାଇବା କାହା ସ୍ୱାର୍ଥରେ ବୋଲି କହିଛନ୍ତି। ଏଥିସହ ଉନ୍ନୟନମୂଳକ କାର୍ଯ୍ୟ ଠପ ହେବା, ନିର୍ମାଣ କାର୍ଯ୍ୟର ବିଲ ପୈଠ ନହେବା, ମିଛ ମାମଲା ରୁଜୁ ହେବା ଏବଂ ଧର୍ମଶାଳା ଷ୍ଟାଡିୟମର ଦାୟିତ୍ୱ କାହା ହାତରେ ବୋଲି ଧର୍ମଶାଳାବାସୀଙ୍କୁ ବିଡ଼ିଓ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପ୍ରଣବ। ଆସନ୍ତା ୩ ଦିନ ମଧ୍ୟରେ ପ୍ରଶାସନ ଏଦିଗରେ ତଦନ୍ତ କରି ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ। ତେବେ ଏହି ଅଭିଯୋଗକୁ ବିଡ଼ିଓ ଖଣ୍ଡନ କରିବା ସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ କହିଛନ୍ତି।

(ରିପୋର୍ଟ- ଅକ୍ଷୟ ରାଉତ।)

Comments (0)
Add Comment