ଅସାମାଜିକ ଯୁବକ ଗିରଫ; ଛୁରୀ, ବାଇକ୍ ଓ ଟଙ୍କା ଜବତ ।

ଭଞ୍ଜନଗର, ୧୧/୧୦(ପିପିଟି):ଗତ ୧୦ତାରିଖରେ ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଗରୁଡ ପଥର ଗ୍ରାମର ଉପେନ୍ଦ୍ର ପ୍ରଧାନ (୩୨) ଥାନାରେ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଥିଲେ।ସେ ୯ତାରିଖ ସନ୍ଧ୍ୟାରେ ତିନିଛକିଆରୁ ମାଙ୍କଡକୁମ୍ପା ରାସ୍ତାରେ ଯାଉଥିବା ବେଳେ ନମ୍ବର ପ୍ଲେଟ୍ ନଥିବା ଏକ ବାଇକ୍ ତାଙ୍କ ରାସ୍ତାକୁ ଅବରୋଧ କରିଥିଲା। ଜଣେ ଉତ୍ତ୍ୟକ୍ତ ସ୍ୱଭାବର ବ୍ୟକ୍ତି ତାଙ୍କୁ ଧମକ ଚମକ ଦେଇ ମାରିବା ଉଦ୍ଦେଶ୍ୟରେ ଏକ ଛୁରୀ ବାହାର କରିଥିଲା।ଫଳରେ ଭୟଭିତ ଅବସ୍ଥାରେ ଥିବା ଉପେନ୍ଦ୍ରଙ୍କ ଠାରୁ ଉକ୍ତ ଅପରାଧୀ ୪ହଜାର ଟଙ୍କା ଜୋର ଜବରଦସ୍ତ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।ସେହି ସମୟରେ ରାସ୍ତାରେ ଯାଉଥିବା ୨ଜଣ ବ୍ୟକ୍ତିଙ୍କୁ ପଚାରିବାରେ ସେମାନେ ସେହି ବ୍ୟକ୍ତି ଜଣକ ଜଗନ୍ନାଥ ପ୍ରସାଦ ଥାନା ଅଧିନ ଝାଡ଼ ଭୂମି ଗ୍ରାମର ତୁଳସୀ ନନ୍ଦ (୩୧) ବୋଲି କହିଥିଲେ।ପୋଲିସ ତଦନ୍ତ କରି ଅଭିଯୁକ୍ତ ତୁଳସୀ ନନ୍ଦକୁ ଗିରଫ କରି ତା ନିକଟରୁ ଗୋଟିଏ ଛୁରୀ, ଗୋଟିଏ ହିରୋ ଗ୍ଲାମର ବାଇକ୍ ଏବଂ ନଗଦ ୪ହଜାର ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି।ଏସଂକ୍ରାନ୍ତରେ ତାରାସିଂ ଥାନା କେସ୍ ନମ୍ବର ୩୭୫/୨୫ ଧାରା ୟୁ/ଏସ୍ -୩୩୧(୪)/୩୦୫ ବିଏନ୍ଏସ୍ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ତୁଳସୀ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment