ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି।

ତିର୍ତ୍ତୋଲ,୨୧/୦୧(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଓ ପଟିଲୋ ଗ୍ରାମପଞ୍ଚାୟତରେ ଦିନକୁ ଦିନ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଇବାରେ ଲାଗିଛି ।ଵ୍ରାଉନସୁଗାର, ମଦ, ଗଞ୍ଜେଇ ପରି ମାଦକ ଦ୍ରବ୍ୟ ସେବନ କରି ନିଶାସକ୍ତ ଯୁବକମାନେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇଲେନସର୍ ଥିବା ମଟରସାଇକେଲ କୁ ଦ୍ରୁତ ଗତିରେ ଚଳାଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଏହାଦ୍ବାରା ରାସ୍ତାରେ ଦୁର୍ଘଟଣା ମାନ ଘଟି
ଗଣ୍ଡଗୋଳ ହାତାହାତି ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅମରେଶ ରାଉତରାୟ ନାମକ ଏକ ନିଶାସକ୍ତ ଯୁବକ ର ଦୌରାତ୍ମ୍ଯରେ ନନ୍ଦନ ଗ୍ରାମର ରାଜକିଶୋର ଖଟୁଆଙ୍କ ୦୯ ଵର୍ଷର ଵାଳକ ମାନସିକ ଭାବେ ଆଘାତ ପାଇ ରୋଗାକ୍ରାନ୍ତ ହୋଇପଡିଛନ୍ତି । କନକପୁର ଫାଣ୍ଡିରେ ଏହାର ପ୍ରତିକାର ପାଇଁ ରାଜକିଶୋର ଖଟୁଆ ଲିଖିତ ଅଭିଯୋଗ କଲାପରେ ମଧ୍ୟ ପୋଲିସ ତାଗିଦ୍ କୁ ଖାତିର ନ କରି ଉକ୍ତ ଯୁବକ ନିଜ ସାନଭାଇ,ମା ଓ ଵାପା କିଛି ଅସାମାଜିକ ଯୁବକଙ୍କୁ ସାଙ୍ଗରେ ନେଇ ରାଜକିଶୋର ଖଟୁଆଙ୍କୁ ଗାଳିଗୁଲଜ କରିଵା ସହ ତାଙ୍କ ବାପାଙ୍କ ନାମରେ ଥିବା ଏକ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଧମକ ଦେଇଥିବା ଜଣାପଡିଛି । କନକପୁର ଫାଣ୍ଡି ଅଧିକାରୀ ଅଭିଯୋଗକାରୀ ଏବଂ ଅମରେଶ ରାଉତରାୟ ଓ ତା’ର ବାପା ମାଆଙ୍କୁ ଫାଣ୍ଡିକୁ ଡାକି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ସହ ସେମାନଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନେଇ ଏପରି କାର୍ଯ୍ୟ କଳାପକୁ ବନ୍ଦ କରାଇବାକୁ ତାଗିଦ୍ କରିଛନ୍ତିି । କଡ଼ା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ପୁନଃ ଚାଲୁ କରିବା ପାଇଁ ସାଧାରଣ ଲୋକେ ଦାବି କରୁଥିବା ଜଣାପଡିଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Comments (0)
Add Comment