ପୋଲସରା,ତା-୧୨/୧୦(ପିପିଟି);
କଳମ୍ବ ଗ୍ରାମପଞ୍ଚାୟତ ଡିହସାହିରେ ବସବାସ କରୁଥିବା ନନ୍ଦିନୀ ପ୍ରଧାନ, ସ୍ୱାମୀ ସ୍ବର୍ଗତ ଜ୍ଯୋତି ପ୍ରଧାନଙ୍କୁ ମା ଦୁର୍ଗାଶ୍ରୀ ମହିଳା ଗ୍ରୁପ୍ ତରଫରୁ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଦ୍ଵାରା ୨୦,୦୦୦ଟଙ୍କା ସହାୟତା କରାଗଲା l ଏହି କରୋନା ମହାମାରୀ ସମୟରେ ଜ୍ଯୋତି ପ୍ରଧାନ ହଠାତ୍ ମୃତ ବରଣ କରିଥିଲେ ଏବଂ ୮ ମାସ ତଳେ ନନ୍ଦିନୀ ପ୍ରଧାନଙ୍କ ଏକ ମାତ୍ର ପୁତ୍ର ସନ୍ତାନ (ଦିବ୍ୟାଙ୍ଗ ) ମୃତ ବରଣ କରିଥିଲେ l ବର୍ତ୍ତମାନ ଅସହାୟ ମହିଳା ନନ୍ଦିନୀ ଦିନ ମଜୁରୀଆ ଭାବରେ ଚଳନ୍ତି l ମା ଦୁର୍ଗାଶ୍ରୀ ମହିଳା ଗ୍ରୁପ୍ ସହାୟତାର ହାତ ବଢାଇ ଥିବାରୁ କଳମ୍ବ ପଞ୍ଚାୟତରେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।