ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କଲା ବିପଦର ବନ୍ଧୁ ।

ଭଞ୍ଜନଗର, ୦୬/୧୨(ପିପିଟି):ସମାଜରେ ସଦା ସର୍ବଦା ଦୁଃଖୀ, ରଙ୍କି, ଗରିବ ଓ ଅସହାୟ ଲୋକଙ୍କ ନିମନ୍ତେ ଅହରହ କାର୍ଯ୍ୟ କରି ଆସୁଛି ସ୍ବେଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓଡ଼ିଶା।ଏହି ସଙ୍ଗଠନ ପକ୍ଷରୁ ଭଞ୍ଜନଗର ଶାଖାର ସଦସ୍ୟ ମାନେ ସଦା ସର୍ବଦା ମାନସିକ ବିକାରଗ୍ରସ୍ତ ଓ ଅସହାୟ ଙ୍କ ସେବା କରି ଆସିଛନ୍ତି। ସେହିପରି ଜଣେ ଅସହାୟ ବ୍ୟକ୍ତିଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି।ସେହି ମୃତ ଦେହକୁ ସତ୍କାର କରି ସମାଜରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ।ଭଞ୍ଜନଗର ବ୍ଳକ ଗୋଲାପଡା ପଞ୍ଚାୟତ ନାରାୟଣ ପାଟଣା ଗ୍ରାମର ବିନୋଦ ପାଢ଼ୀ ବୟସ(୪୫)। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳ ସେ ଭଞ୍ଜନଗର ବସଷ୍ଟାଣ୍ଡ ରେ ପଡି ମୃତ୍ୟୁବରଣ କରିଛନ୍ତି। ଖବର ପାଇଁ ସଂଘର ସଦସ୍ୟ ମାନେ ଏସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ମୃତ ବିନୋଦଙ୍କ ମାଆ ଓ ଭଉଣୀ ସୁରଥରେ ରହୁଥିବା ବେଳେ ସେମାନଙ୍କ ଅନୁମତି ଓ ଗ୍ରାମବାସୀଙ୍କ ସହଯୋଗରେ ମୃତ ଶରୀରକୁ ଏହି ଅନୁଷ୍ଠାନ ସଦସ୍ୟ ମାନେ ଗ୍ରାମ ସ୍ମଶାନରେ ସତ୍କାର କରିଥିଲେ। ଅନୁଷ୍ଠାନର ଏହିଭଳି ସମାଜ ଉପଯୋଗୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

(ଜେ.କେ ପଟ୍ଟନାୟକ)

Comments (0)
Add Comment