ଅସହାୟ ପରିବାରକୁ ଆର୍ଥିକ ସହାୟତାକୁ ନେଇ ସାଧାରଣରେ ପ୍ରଶଂସା ।

ପୋଲସରା,୧୩/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ ବଡ଼ସାହି ନିବାସୀ ପ୍ରତିମା ପ୍ରଧାନଙ୍କ ସ୍ୱାମୀ ପ୍ରଶାନ୍ତ ପ୍ରଧାନ ୫୨ ବର୍ଷ ବୟସ ରେ ମୃତୁ ବରଣ କରିଥିଲେ. ପ୍ରଶାନ୍ତ ପ୍ରଧାନ ପୂର୍ଵରୁ ପକ୍ଷଘାତ ଏବଂ ଉଚ୍ଚ ରକ୍ତ ଚାପ ରୋଗରେ ଆକ୍ରାନ୍ତ ଥିଲେ, ଗତ ଫେବୃଆରୀ ୧୫ ତାରିଖରେ ସେ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ପରିବାର ଆର୍ଥିକ ଦୁଷ୍ଟିରୁ ଦୃବଳ ଥିବା ଯୋଗୁଁ ଉକ୍ତ ପଞ୍ଚାୟତର ପୂର୍ଵତନ ସରପଞ୍ଚ ପ୍ରଶାନ୍ତ ପ୍ରଧାନ ମୃତଙ୍କ ପରିବାରଙ୍କୁ ଭେଟ କରି ଗଭୀର ସମବେଦନା ଜଣାଇବା ସହ ସ୍ବର୍ଗତ ଙ୍କ ସହଧର୍ମିଣୀ ପ୍ରତିମା ପ୍ରଧାନଙ୍କୁ ଆର୍ଥିକ ସାହାର୍ଯ୍ୟ କରିଥିଲେ ଏହି ସମୟରେ ସ୍ଥାନୀୟ ମହିଳା ସ୍ୱେଚ୍ଛାସେବୀ ମା ଦୁର୍ଗା ବାହିନୀର ସମସ୍ତ ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପୂର୍ଵତନ ସରପଞ୍ଚ ପ୍ରଶାନ୍ତ ପ୍ରଧାନ ଏବଂ ମହିଳା ସ୍ବେଛାସେବୀ ମାନଙ୍କ ମିଳିତ ପ୍ରୟାସରେ ଦିଆଯାଇଥିବା ଆର୍ଥିକ ସାହାଯ୍ୟ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଇଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment