ଅସହାୟ ଓ ନିରାଶ୍ରୟଙ୍କୁ ରାନ୍ଧଖାଦ୍ୟ ପ୍ରଦାନ କଲା କୋଦଳା ଏନ୍ଏସି ।

କୋଦଳା,୦୬/୦୫(ପିପିଟି); ଦ୍ଵିତୀୟ ଲହର ରେ ମହାମାରୀ କରୋନା ଉଗ୍ରରୂପ ଧାରଣ କରି ବହୁ ଜୀବନ ନେଇସାରିଲାଣି । ବର୍ତ୍ତମାନ ପଯେଟିଭ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ଓଡିଶା ସରକାର ଲକଡାଉନ ଘୋଷଣା କରିଥିବାବେଳେ ବହୁ ଅସହାୟ ନିରାଶ୍ରୟ ରୋଜଗାରହୀନ ହୋଇପଡୁଛନ୍ତି । ବହୁ ଅସହାୟ ନିରାଶ୍ରୟ ଭୋକଉପାସରେ ପଡିରହିଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନରେ କୋଦଳା ଏନ୍ଏସି ର ଶ୍ରଦ୍ଧାଞ୍ଜଳି ନାୟକଙ୍କ ସମେତ ଗୋଟିଏ ଟିମ ବସଷ୍ଟାଣ୍ଡ ଓ ପ୍ରତ୍ୟକ ସାହି ବୁଲି ନିରାଶ୍ରୟ ମାନଙ୍କୁ ଚି଼ହ୍ନଟ କରି ରାନ୍ଧଖାଦ୍ୟ ପ୍ରଦାନ କରିଥିଲେ । ଯଦି କେହି ବି ଅସହାୟ ନିରାଶ୍ରୟ ଭୋକ ଉପବାସ ରେ ରହିଯାଇଥାଆନ୍ତି ସେମାନଙ୍କୁ ଆମ୍ଭେ ରାନ୍ଧଆଖାଦ୍ୟ ଦୁଇଓଳି ସେମାନଙ୍କ ନିକଟକୁ ଯାଇ ପ୍ରଦାନ କରିବୁ ବୋଲି ଏନ୍ଏସି ତରଫରୁ କହିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment