ଅସହାୟ ଓ ଗରୀବଙ୍କୁ ରାମନାଗୁଡା ରିପୋର୍ଟର ୟୁନିୟନ ପକ୍ଷରୁ ମାସ୍କ ଓ ସାବୁନ ପ୍ରଦାନ ।

ରାମନାଗୁଡା,(ପିପିଟି ନ୍ଯୁଜ୍)୨୭/୦୪-  ଅସହାୟ ଓ ଗରୀବ ଲୋକଙ୍କୁ ରାମନାଗୁଡା ରିପୋର୍ଟର ୟନିୟନ ପକ୍ଷରୁ ମାସ୍କ ଓ ସାବୁନ ପ୍ରଦାନ କରାଯାଇଛି। ସେହିପରି ରାମନାଗୁଡା ରିପୋର୍ଟର ୟୁନିୟନର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ  ଗଗନ ଆଚାର୍ଯ୍ୟ,ପି ବେଣୁଗୋପାଳ, ସୁବାରାଓ ନିଶିକା ପ୍ରମୁଖ ଯୋଗଦେଇ ଅସହାୟ ତଥା ଗରୀବ ଲୋକଙ୍କୁ ମାସ୍କ,ସାବୁନ ସାନିଟାଇଜର ପ୍ରଦାନ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।ସେହିପରି ରାମନାଗୁଡା ରିପୋର୍ଟର ୟନିୟନ ପକ୍ଷରୁ ତୁମ୍ବିଗୁଡା,ଲେମନଗୁଡା,ତୁମ୍ବିଗୁଡା କଲୋନୀ, କପୁରୀଗୁଡା,ଗୋସାଇଁ ଗୁଲୁମୁଣ୍ଡା ଆଦି ଗ୍ରାମରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ତଥା ଅସହାୟ ତଥା ଗରୀବ  ଲୋକଙ୍କୁ ମାସ୍କ ଓ ସାବୁନ ପ୍ରଦାନ କରାଯାଇଥିଲା। ସେହିପରି ଗ୍ରାମବାସୀଙ୍କୁ ଶ୍ରୀ ଆଚାର୍ଯ୍ୟ ଓ ବେଣୁଗୋପାଳ ଲୋକଙ୍କ ସାମାଜିକ ଦୂରତା ବଜାୟ ରଖିବା କହିବା ସହ ସାବୁନ ହାତ ଧୋଇବାକୁ ପରାମର୍ଶ ଦେବା ସହ କରୋନା ମୁକାବିଲା ପାଇଁ ମାସ୍କ ଭୂମିକା ଗୁରୁତ୍ୱପୂଣ୍ଣ ରହିଥିବା ବେଳେ ସେହିଭଳି ରାମନାଗୁଡା ରିପୋର୍ଟର ୟୁନିୟନର ଏହି କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ।ଏହି ଅବସରରେ ସମାଜିକ ଦୂରତା ରକ୍ଷା କରାଯାଇଥିଲା।ଏହି ଅବସରରେ ସ୍ଥାନୀୟ ସମ୍ବାଦ ପ୍ରତିନିଧି ବିଶ୍ବନାଥ ସେନାପତିଙ୍କ ଝିଅ ସଞ୍ଜନା ସେନାପତି ନିଜ ସଞ୍ଚିତ ଅର୍ଥରୁ ଗୋସାଇଁ ଗୁଲୁମୁଣ୍ଡା ନିଜ ଜନ୍ମିତ ଗ୍ରାମ ହୋଇଥିବାରୁ ଲୋକଙ୍କ କରୋନା ସମ୍ବନ୍ଧରେ ସଚେତନତା ଉଦ୍ଦେଶ୍ୟରେ  ମାସ୍କ ଓ ସାବୁନ ପ୍ରଦାନ କରିଥିଲେ। ସେହିପରି ରାମନାଗୁଡା ରିପୋର୍ଟର ୟନିୟନର ସଭ୍ୟ ବିଶ୍ବନାଥ ସେନାପତି, ନରସିଂହ ପରିଛା,ପ୍ରମୋଦ ପ୍ରାଣୀଗ୍ରାହୀ,ରାକେଶ କୁମାର ବେହେରା, ସଞ୍ଜୀବ ଦାଶ,ରାମଶଙ୍କର ପଟ୍ଟନାୟକ, ଶିବ ପ୍ରସାଦ ବ୍ରହ୍ମା, ରଘୁନାଥ ସାମଲ, ରଞ୍ଜନ ନାୟକ ବେହେରା ପ୍ରମୁଖ ଉପସ୍ଥିତ  ରହି ଗ୍ରାମବାସୀଙ୍କୁ କରୋନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହ ଉକ୍ତ କାର୍ଯ୍ୟକ୍ରମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment