ଅସହାୟ ଓ ଗରୀବଙ୍କୁ ମାସ୍କ ଓ ରନ୍ଧାଖାଦ୍ୟ ପ୍ରଦାନ ।

ରାମନାଗୁଡା,(ପିପିଟି ନ୍ଯୁଜ୍)୨୬/୦୪-   ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିଲାମଗୁଡା ପଞ୍ଚାୟତର ନିଲାମଗୁଡା ଗ୍ରାମ ନିକଟ ସଙ୍ଗରୋଧ କେନ୍ଦ୍ର ଠାରେ  ବିଜେଡି ପକ୍ଷରୁ ମାସ୍କ ଓ ରନ୍ଦାଖାଦ୍ୟ ପ୍ରଦାନ କରାଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବତ୍ତଙ୍କ ନେତୃତ୍ବରେ ୫୦ରୁ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ ବୃଦ୍ଧାଙ୍କୁ ମାସ୍କ ପ୍ରଦାନ ସହ ରନ୍ଦାଖାଦ୍ୟ ପ୍ରଦାନ କରାଯାଇଥିଲା।ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଂପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା,ନିଲାମଗୁଡା ସରପଞ୍ଚ କାମେଶ୍ବର ଗମାଙ୍ଗ, ସମିତି ସଭ୍ୟ ଗୀତାଞ୍ଚଳି ଦୋରା,ଟି ଶ୍ରୀ ରାମମୂତ୍ତୀ,କାର୍ତ୍ତକ ନିମାଲା,ମାଧବ ମୁଟିକା,ଓ୍ଵଡ଼ମେମ୍ବର କୁନି ହୁଇକା,ମୀନକେତନ ଶବର ପ୍ରମୁଖ ଉପସ୍ଥିତ ରହି ୫୦ରୁ ଉର୍ଦ୍ଧ୍ବ ଅସହାୟ ଓ ଗରୀବଙ୍କୁ ମାସ୍କ ଓ ରନ୍ଦାଖାଦ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ – ସଞ୍ଜିବ କୁମାର ଦାଶ

Comments (0)
Add Comment