ଅସହାୟଙ୍କୁ ସରକାରୀ ଯୋଜନାରେ ସାମିଲ ପାଇଁ ସ୍ବତନ୍ତ୍ର ଶିବିର ।

ମାଲକାନଗିରି,୧୮/୧୨(ପିପିଟି):ମାଲକାନଗିରି ଶକ୍ତି ସାମାଜିକ ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ ଦ୍ବାରା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମ ପଞ୍ଚାୟତ ଠାରେ ଅସହାୟ ଓ ସମ୍ବେଦନଶୀଳ ପରିବାରମାନଙ୍କୁ ସରକାରୀ କଲ୍ୟାଣ ଯୋଜନା ସହିତ ସଂଯୋଗ କରିବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଶିବିର ଆୟୋଜିତ ହୋଇଥିଲା।ଏହି ଶିବିରରେ ଜଗନ୍ନାଥ ବାଟେ, ପିଏ (ଏସ୍‌ଏସ୍‌ଇପିଡି), ମାଥିଲି; ସୁବ୍ରତ ଚକ୍ରବର୍ତ୍ତୀ, ଆର୍‌ସିଏମ୍‌ଏସ୍‌ ଡିଇଓ; ବନ୍ଧୁ ଭୂମିଆ, ସରପଞ୍ଚ ସାଲିମି ତ୍ରିନାଥ ମାଝି, ପଞ୍ଚାୟତ ସମିତି ସଦସ୍ୟ ସାଲିମି; ଏବଂ ଅର୍ଜୁନ ମାଝି, ଜେଏସ୍‌ ସାଲିମି ପ୍ରମୁଖ ଉପସ୍ଥିତ ଥିଲେ।
ଶିବିରରେ ବୃଦ୍ଧାବସ୍ଥା ପେନ୍‌ସନ କାର୍ଡ, ବିଧବା ପେନ୍‌ସନ କାର୍ଡ, ରାସନ କାର୍ଡ, ଶ୍ରମିକ କାର୍ଡ ଇତ୍ୟାଦି ବିଭିନ୍ନ ସରକାରୀ ଯୋଜନା ସହିତ ଯୋଗାଯୋଗ କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି ଶକ୍ତି ସାମାଜିକ ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ, ମାଲକାନଗିରି ଦ୍ୱାରା ଆୟୋଜିତ ହୋଇଥିଲା।

ରିପୋର୍ଟ୍ -(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment