ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ୨ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

ଛତ୍ରପୁର,୧୭/୦୧(ପିପିଟି): ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ୨ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଛତ୍ରପୁର ଠାରେ ଅନୁଷ୍ଠିତହୋଇଯାଇଛି । ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀଙ୍କ ସଭାପତିତ୍ବ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ସମ୍ପାଦକିୟ ବିବରଣୀ ପାଠ କରିଥିଲେ। ମୁଖ୍ଯ ଅତିଥି ଭାବରେ ରାଜ୍ଯ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ଯୋଗଦେଇ ଜାତୀୟ ଓ ରାଜ୍ୟସ୍ତରୀୟ ସମସ୍ଯା ଉପରେ ଆଲୋକପାତ କରିବା ସହିତ ନେତାଜୀଙ୍କ ଆଦର୍ଶ ଓ ଫରୱାର୍ଡ ବ୍ଲକ କାର୍ଯ୍ୟକ୍ରମ ଉପରେ ବକ୍ତବ୍ଯ ରଖିଥିଲେ। ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସାହୁ, ଆର୍ଥିକ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ, ଗୁରୁଦେବ ବେହେରା, ପ୍ରମୋଦ ରଥ ଓ ମୁନା ନାୟକ ପ୍ରମୁଖ ସଂଗଠନ ଉପରେ ଆଲୋଚନ କରିଥିଲେ। ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ଗୋପାଳପୁର ବନ୍ଦରକୁ ସବୁଦିନିଆ ବନ୍ଦର କରିବା, ଆସିକା ଚିନି ଶିଳ୍ପ ଆଧୁନିକୀକରଣ କରିବା, ବିଦ୍ଯୁତ ଶୁଳ୍କ କମାଇବା, ଆବାସ ଗୃହ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ, ବାର୍ଦ୍ଧକ୍ଯ , ବିଧବା ଓ ବିକଳାଙ୍ଗ ଭତା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଦାନ କରିବା, ଧନମଣ୍ଡି ସଠିକ ଢଙ୍ଗରେ ପରିଚାଳନ କରିବା,ଜାଲ୍ ଶିକ୍ଷକ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ମିଳନୀରେ ଦାବି କରାଯାଇଥିଲା। ନୂତନ ଗଞ୍ଜାମ ଜିଲ୍ଲା କମିଟି ଗଠନ କରାଯାଇ ବିଭୁଧେନ୍ଦ୍ର ପାଢୀ -ସଭାପତି, ସନ୍ତୋଷ କୁମାର ସାହୁ- ସାଧାରଣ ସମ୍ପାଦକ,ମିଥୁନ ବେହେରା- ସମ୍ପାଦକ, ସପ୍ନେଶ୍ବର ପାଣିଗ୍ରାହୀ – ଆର୍ଥିକ ସମ୍ପାଦକ,ମୁନା ନାୟକ, ସନ୍ତୋଷ କୁମାର ପଣ୍ଡା,ନୃସିଂହ ନାଥ ସ୍ବାଇଁ,ଯୋଗେନ୍ଦ୍ର ସ୍ବାଇଁ,ପିଣ୍ଟୁ ପ୍ରଧାନ, ବଦ୍ରିନାରାୟଣ ରଣା,ଅଜୟ କୁମାର ପଣ୍ଡା,ପ୍ରମୋଦ କୁମାର ରଥ,ଗୁରଦେବ ବେହେରା ପ୍ରମୁଖ ଜିଲ୍ଲା କମିଟିକୁ ନିର୍ବାଚିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କମିଟି ଉପଦେଷ୍ଟା ଭାବରେ ସମରଜିତ୍ ମହାନ୍ତି ଓ ରାଜୀବ ଖାଡ଼ଙ୍ଗାଙ୍କୁ ମନୋନୀତ କରାଯାଇଛି । ରାଜ୍ଯ ସମ୍ମିଳନୀ ଓ ଜାତୀୟ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ପ୍ରତିନିଧି ମାନେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଛି।

Comments (0)
Add Comment