ଅଲ୍ଟ୍ରା ଅନୁଷ୍ଠାନର ପ୍ରତିଷ୍ଠାତା, ସ୍ୱର୍ଗତ ରାଜକିଶୋର ରାୟଙ୍କର ସ୍ମୃତି ଚାରଣ ସଭା ଅନୁଷ୍ଠିତ।

ବୋଲଗଡ଼,୨୬/୦୨(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତର ଜରିପଡା ଗ୍ରାମର ସ୍ୱର୍ଗତ ରାଜକିଶୋର ରାୟଙ୍କର ୬୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ସ୍ବର୍ଗତ ଶ୍ରୀ ରାୟ ସାଗରଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଅଲ୍ଟ୍ରା ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ନର୍ସରୀ ସ୍କୁଲ୍ ଫର ଦି ଡେଫ୍ ରେ ୩୪ବର୍ଷ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟକାଳ ସମ୍ପାଦନ କରିଥିଲେ। ଓଡିଶା ପାଇଁ ସେ ଆଦର୍ଶ ଥିଲେ। ସେ ନିଜର ବ୍ୟକ୍ତିଗତ ଅବସର ସମୟରେ ସମାଜର ଶିକ୍ଷା,ସ୍ୱାସ୍ତ୍ୟ, ଜୈବିକ କୃଷିର ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କ୍ରମ କରି ଆସୁଥିଲେ।
ତାଙ୍କ ବିୟୋଗ ଯୋଗୁଁ ବୋଲଗଡ଼ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ସ୍ୱର୍ଗତ ରାୟଙ୍କ ଦ୍ୱାଦଶ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଜରିପଡାସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୁତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ୱର୍ଗତ ରାଜକିଶୋର ରାୟଙ୍କର ପରିବାର ବର୍ଗ ଓ ଅତିଥି ମାନେ ଉପସ୍ଥିତ ରହି ଥିଲେ।ପ୍ରଥମେ ସ୍ୱର୍ଗତ ରାୟଙ୍କ ଫଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ।ସେ ଏକା ଧାରାରେ ଜଣେ ପରୋପକାରୀ, ଧର୍ମପରାୟଣ, ସମାଜସେବୀ ଓ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଏହି ସ୍ମୃତି ସଭାରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାମୁଆ ବ୍ୟକ୍ତି ଙ୍କ ସହିତ ବୋଲଗଡ଼ ଅଞ୍ଚଳର ବହୁ ସାଧାରଣ ଜନତା ଉପସ୍ଥିତ ରହି ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment